Latest Odisha News

BREAKING NEWS

ମହାପ୍ରଭୁ ପଡିଯିବା ଘଟଣା: ଆରମ୍ଭ ହେଲା ତଦନ୍ତ

ପୁରୀ: ରଥଯାତ୍ରା ସମୟରେ ଆଡପ ପହଣ୍ଡି ବେଳେ ବଡ ଠାକୁର ପଡିଯିବା ଘଟଣାରେ ଆରମ୍ଭ ହେଲା ତଦନ୍ତ । ଏକ ୩ ଜଣିଆ କମିଟି ଏହା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀଙ୍କୁ ଡାକି କମିଟି ପଚରାଉଚରା କରିଥିବା ବେଳେ ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ, ଜେଟିପିଙ୍କୁ ମଧ୍ୟ ପଚରାଉଚରା ଜାରି ରଖିଛି ।

ତେବେ କହିରଖୁଛୁ, ରଥଯାତ୍ରା ସମୟରେ ଠାକୁରମାନେ ଗୁଣ୍ଡିଚା ମନ୍ଦିରକୁ ଆଡ଼ପ ପହଣ୍ଡି କରି ଯାଉଥିବା ବେଳେ ଚାରମାଳ ଉପରେ ମୁହଁମାଡି ପଡିଟାଇଥିଲେ ବଡ ଠାକୁର ବଳଭଦ୍ର । ଯାହାକୁ ନେଇ ପୂରା ରାଜ୍ୟରେ ଅସନ୍ତୋଷ ଭରି ରହିଛି । ବଡ଼ ଠାକୁରଙ୍କୁ ପକାଇ ଦେବା ଘଟଣାରେ ନୀଳାଦ୍ରି ବିଜେର ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଥିଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାରି ଭିତରେ ୨୪ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଯାହାକୁ ଗୁରୁତର ସହ ନେଇ ଯାଞ୍ଚ କମିଟି ଏକ ୩ ଜଣିଆ ଟିମ୍ ଗଠନ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Comments are closed.