Latest Odisha News

BREAKING NEWS

ହୁ ହୁ ହୋଇ ବଢୁଛି ଦରଦାମ୍, ବଲାଙ୍ଗିରରେ ବଢ଼ିଲା ଅସନ୍ତୋଷ

ବଲାଙ୍ଗିର : ହୁ ହୁ ହୋଇ ବଢ଼ିଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ । ପ୍ରତିଦିନ ତେଲ ଦର ବଢୁଥିବା ବେଳେ, ପନିପରିବା ଦର ଆକାଶଛୁଆଁ । ବଲାଙ୍ଗୀର ଜିଲ୍ଲାରେ ପଡ଼ିଛି ଅହେତୁକ ତୈଳଦର ବୃଦ୍ଧିର ପ୍ରଭାବ । ଦରବୃଦ୍ଧି ଯୋଗୁ ବଜାର ଉପରେ ପଡିଛି ଏହାର ପ୍ରଭାବ । ବଲାଙ୍ଗୀର ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କା ଛୁଇଁଥିବା ବେଳେ, ଡିଜେଲ ଲିଟର ୧୦୭ ଟଙ୍କାରେ ପହଞ୍ଚିଛି ।

ତୈଳ ଦର ବୃଦ୍ଧି କାରଣରୁ ପରିବା ବଜାରରେ ପଡ଼ିଛି ସିଧାସଳଖ ପ୍ରଭାବ । ସମସ୍ତ ପନିପରିବା ଦର ୫୦ ଟଙ୍କା ଉପରେ ରହିଛି । ସଉଦା ଦର ମଧ୍ୟ ହୁ ହୁ ହୋଇ ବଢ଼ିଛି । ଖାଇବା ତେଲ, ଡାଲି ସହ ଅତ୍ୟାବଶ୍ୟକ ସାମଗ୍ରୀ ଆକାଶଛୁଆଁ ହୋଇଛି । ଯାହା ସାଧାରଣ ଲୋକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଦର ବୃଦ୍ଧିକୁ ବିରୋଧ କରି ପ୍ରତିବାଦ ହେଉଛି । ହେଲେ କେନ୍ଦ୍ର ତଥା ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି । ଯାହାର ପ୍ରଭାବ ସିଧାସଳଖ ରୋଷେଇ ଘର ଉପରେ ପଡିଛି । କୋଭିଡ୍ ମହାମାରୀରେ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ, ଅହେତୁକ ଦରଦାମ ବୃଦ୍ଧି ଚିନ୍ତାକୁ ଦ୍ବିଗୁଣିତ କରିଛି ।

Leave A Reply

Your email address will not be published.