Latest Odisha News

BREAKING NEWS

୩ ଦଫା ଦାବି ନେଇ ଓୟୁଏଟି ଭେଟେରେନାରୀ ବିଭାଗ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଭୁବନେଶ୍ବର : ୩ ଦଫା ଦାବି ନେଇ ଓୟୁଏଟି ଭେଟେରେନାରୀ ବିଭାଗ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଶିକ୍ଷାନୁଷ୍ଠାନର ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷର ପରୀକ୍ଷା ଶେଷ ହୋଇଥିଲେ ବି ରେଜଲ୍ଟ ପ୍ରକାଶ ପାଇନାହିଁ । ତେଣୁ ତୁରନ୍ତ ପରୀକ୍ଷା ଫଳ ପ୍ରକାଶ କରିବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ।

ଏହାସହ କଲେଜରେ ସ୍ଥାୟୀ ଡିନ୍ ନିଯୁକ୍ତି ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ବି ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ । ଯାହାକୁ ନେଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । କର୍ମଚାରୀଙ୍କ ଅଭାବ ଥିବା ବେଳେ କିଛି ଅଭିଜ୍ଞ କର୍ମଚାରୀଙ୍କ ବଦଳିକୁ ବାତିଲ କରିବାକୁ ଦାବି କରାଯାଇଛି । ଆନ୍ଦୋଳନକାରୀ ଛାତ୍ରଛାତ୍ରୀ କଲେଜର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ । ଫଳରେ ପଶୁପକ୍ଷୀ ଚିକିତ୍ସା ବାଧାପ୍ରାପ୍ତ ହୋଇଥିଲା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।

Leave A Reply

Your email address will not be published.