Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ କ୍ରୀଡା: ୧୦୦ ମିଟରରେ ସ୍ଥାନ ନ ପାଇବା ନେଇ ଦୋଷ ଦେଲେ ଦୂତି

ଭୁବନେଶ୍ୱର: ଜୁଲାଇ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ବର୍ମିଂହାମରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ଆଥଲେଟିକ୍ସ ପାଇଁ ଭାରତୀୟ ଦଳ ଚୟନ କରାଯାଇଛି । ୧୦୦ ମିଟର ମହିଳା ବିଭାଗରେ ଓଡିଶାର ଦୂତି ଚାନ୍ଦଙ୍କୁ ଏଥର ସୁଯୋଗ ମିଳିନି । ସେ ଏହି ବିଭାଗରେ କ୍ରମାଗତ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରି ଆସୁଥିଲେ । ତେବେ ଏଥିପାଇଁ ଦୂତି ଅଫିସିଆଲଙ୍କ ଉପରେ ଦୋଷ ଲଦିଛନ୍ତି । ଏକୁଟିଆ ମୋତେ ଦାୟୀ କରିବା ଉଚିତ ହେବ ନାହିଁ ବୋଲି ସେ କହିଛନ୍ତି । ପୂର୍ବରୁ ସେ ରାଜ୍ୟ ସରକାରଙ୍କ କ୍ରୀଡା ନୀତି ନେଇ ସମାଲୋଚନା କରିଥିଲେ । ବିଜେଡି ସରକାର ହକି ପିଛା ଯେତିକି ଗୁରୁତ୍ୱ ଦେଉଛି ସେତିକି ଅନ୍ୟ ଖେଳ ପ୍ରତି ଦେଉ ନାହାନ୍ତି ବୋଲି କହିଥିଲେ ।

ଦୂତିଙ୍କୁ ୪ ଗୁଣନ ୧୦୦ ମିଟର ରିଲେରେ ସ୍ଥାନ ମିଳିଛି । ତାଙ୍କ ସହ ନିଜ ରାଜ୍ୟର ଶ୍ରାବଣୀ ନନ୍ଦ, ଆସାମର ହିମା ଦାସ ଏବଂ କେରଳର ଏମଭି ଜିଲନା ଓ ଏନଏସ ସିମିଙ୍କୁ ଚୟନ କରାଯାଇଛି । ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଦଳର ନେତୃତ୍ୱ ନେବେ । ଧନଲକ୍ଷ୍ମୀ ଶେକରଙ୍କୁ ମହିଳା ୧୦୦ ମିଟର ପାଇଁ ଚୟନ କରାଯାଇଛି ।

Leave A Reply

Your email address will not be published.