Latest Odisha News

BREAKING NEWS

ହସ୍ପିଟାଲରୁ ଘରକୁ ଫେରିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୋମବାର ସୋନିଆ ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍ପିଟାଲରୁ ତାଙ୍କ ବାସ ଭବନକୁ ଫେରିଛନ୍ତି । ତେବେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ଘରେ ରହି ମଧ୍ୟ ତାଙ୍କର ଚିକିତ୍ସା ଜାରି ରହିବ । କୋଭିଡ ସଂକ୍ରମିତ ହେବା ପରେ ସୋନିଆ ଗତ ରବିବାର ହସ୍ପିଟାଲରେ ଆଡମିଶନ ହୋଇଥିଲେ ।

ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସି ବାର୍ତା ମୁଖ୍ୟ ଜୟରାମ ରମେଶ ଟ୍ୱିଟ୍ କରି ସୋନିଆଙ୍କ ଘରକୁ ଫେରିବା ସୂଚନା ଦେଇଛନ୍ତି ।

ଆଡମିଶନ ପରେ ଜଣାପଡ଼ିଥିଲା ଯେ, ତାଙ୍କର ଲୋୟର ରେସ୍ପିରେଟୋରୀ ଟ୍ରାକ୍ଟ ସଂକ୍ରମିତ । ଏହା ସହ ତାଙ୍କର ଫଙ୍ଗଲ ସଂକ୍ରମଣ ମଧ୍ୟ ହୋଇଥିଲା । ହସ୍ପିଟାଲରେ ଥିବା ସମୟରେ ପୁଅ ତଥା ସାଂସଦ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ସୋନିଆଙ୍କୁ ଭେଟୁଥିଲେ ।

ଇଡି ଜେରା ପାଇଁ ଧାର୍ଯ୍ୟ କରିଥିବା ଦୁଇ ଦିନ ଆଗରୁ ସୋନିଆ ହସ୍ପିଟାଲରୁ ଫେରିଛନ୍ତି । ଜୁନ ୨୩ରେ ଇଡି ନିକଟରେ ହାଜର ହେବାକୁ ସୋନିଆଙ୍କୁ ନୋଟିସ ଜାରି ହୋଇଛି । ନେଶନାଲ ହେରାଲ୍ଡ ସମ୍ବନ୍ଧିତ ଆର୍ଥିକ ହେରଫେର ମାମଲାରେ ଇଡି ସୋନିଆଙ୍କୁ ଜେରା କରିବ । ପୂର୍ବରୁ ପୁଅ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି ହୋଇଥିବା ବେଳେ ରାହୁଲ ଇଡି ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ କରୁଛନ୍ତି ।

ସୋନିଆ ସଂପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଇଡି ନିକଟରେ ହାଜର ହେବା ଆଶଙ୍କା ଭିତରେ ରହୁଛି । ହାତରେ ମାତ୍ର ଗୋଟିଏ ଦିନ ରହିଥିବା ବେଳେ ଇଡିକୁ ପୁନଶ୍ଚ ତାରିଖ ଘୁଞ୍ଚାଇବାକୁ ଅନୁରୋଧ କରିପାରନ୍ତି ସେ ।

Leave A Reply

Your email address will not be published.