Latest Odisha News

BREAKING NEWS

ତିହିଡ଼ିରେ ଗୋଷ୍ଠୀ ସଂଘର୍ଷ: ୧୨ ଆହତ, ୨ ପ୍ଲାଟୁନ ପୋଲିସ ମୁତୟନ

ଭଦ୍ରକ: ତିହିଡ଼ିରେ ଡିଜେ ବଜାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ। ଏହି ସଂଘର୍ଷରେ ୧୨ ଜଣ ଆହତ ହୋଇଥିବା ସୂଚନା ରହିଛି। ଭଦ୍ରକ ଜିଲ୍ଲା ବୋଡ଼କ ପଞ୍ଚାୟତ ଖୋର୍ଦ୍ଧାପାଟଣାରେ କୁମ୍ଭବୁଡ଼ାରୁ ଆରମ୍ଭ ହେଲା ଗୋଷ୍ଠୀ ସଂଘର୍ଷ।

ସୂଚନା ଅନୁସାରେ କୁମ୍ଭବୁଡ଼ାରେ ବାରଣ ସତ୍ତ୍ବେ ଗୋଟିଏ ଗୋଷ୍ଠୀ ଡିଜେ ବଜାଇବା ଆରମ୍ଭ କରିଥିଲେ। ଏହି ଡିଜେ ଯୋଗୁଁ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ରାଗିଥିଲେ। ଏଠାରୁ ଆରମ୍ଭ ହୋଇଥିଲା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଅନ୍ୟ ଏକ ଗୋଷ୍ଠୀ ଡିଜେ ବଜାକୁ ବିରୋଧ କରିବାରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।

ତେବେ ଉଭୟ ଗୋଷ୍ଠୀର ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି। ସମସ୍ତଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି। ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି। ଗାଁରେ ଶାନ୍ତି ଫେରାଇବା ପାଇଁ ୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।

Comments are closed.