Latest Odisha News

କଟକ: ଗୋଷ୍ଠୀ ସଂଘର୍ଷ ପରେ ସାମ୍ପ୍ରଦାୟିକ ଉତ୍ତେଜନା, ୧୪୪ ଧାରା ବଳବତ୍ତର

କଟକ: କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ପରେ ଏପର୍ଯ୍ୟନ୍ତ ଉତ୍ତେଜନା ଜାରି ରହିଛି । ପୋଲିସ ୧୪୪ ଧାରା ଜାରି କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଶାନ୍ତି ଫେରି ଆସିପାରିନାହିଁ । ଉତ୍ତେଜନା ପରିସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ଆଜି ଘଟଣାସ୍ଥଳରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପହଞ୍ଚିଛନ୍ତି ।

ଆଜି ଯେଉଁ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି ସେଠାକାର ସମସ୍ତ ସ୍କୁଲ ଗୁଡ଼ିକ ବନ୍ଦ ରହିଛି । ଘଟଣାଟି କ୍ରମେ ସାଂପ୍ରଦାୟିକ ହିଂସା ଆଡ଼କୁ ମୁହାଁଉଥିବାରୁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ ହେବା ସହିତ ଫ୍ଲାଗ୍ ମାର୍ଚ୍ଚ ହୋଇଛି ।

ସୂଚନାଯୋଗ୍ୟ ରାସ୍ତାରେ ବଚସା ଯୋଗୁଁ ଗୋଷ୍ଠୀ ସଂଘର୍ଷର ରୂପ ଧରିଥିଲା । ଗୋଟିଏ ଗୋଷ୍ଠୀ ରାସ୍ତାରେ ଟାୟାର ଜାଳି ପୋଲିସ ଭ୍ୟାନକୁ ଜାଳିଦେବା ପରେ ସେହି ଅଞ୍ଚଳରେ ଉତ୍ତେଜନା ଗୁରୁତର ରୂପ ଧରିଥିଲା । ପୋଲସ ପକ୍ଷରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯଥାଶିଘ୍ର ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି ।

Leave A Reply

Your email address will not be published.