ଚାକିରି ଖୋଜିବା ହେଉଛି ଦୁନିଆର ସବୁଠାରୁ କଠିନ କାର୍ଯ୍ୟ । ବିଶେଷକରି ଯେତେବେଳେ ଏହା ଦେଖାଯାଏ ଯେ ଆପଣ ବାରମ୍ବାର ଆବେଦନ କରୁଛନ୍ତି ଏବଂ କୌଣସି କମ୍ପାନୀରୁ କିଛି ପ୍ରତିକ୍ରିୟା ଆସୁନାହିଁ । ସମସ୍ତ ଉଦ୍ୟମ ସତ୍ତ୍ୱେ୍ୱ ସାକ୍ଷାତକାର ପାଇଁ ବି ଡ଼ାକୁ ନାହାନ୍ତିଁ । ଏମିତି ଏକ ଘଟଣା ଜଣେ ଯୁବତୀଙ୍କ କ୍ଷେତ୍ରରେ ଘଟିଛି । ଯେତେବେଳେ ସେ ତାଙ୍କ ସିଭିକୁ ଏକ କମ୍ପାନୀକୁ ପଠାଇଲେ କିଛି ମିନିଟ୍ ମଧ୍ୟରେ ଏହାକୁ ପ୍ରତ୍ୟାଖ୍ୟାନ କରି ଦିଆଯାଇଥିଲା । କେବଳ ଏତିକି ନୁହେଁ, କମ୍ପାନୀ ମେଲରେ ଏକ ମଜାଦାର ଉତ୍ତର ମଧ୍ୟ ପଠାଯାଇଛିି ।
ହେଥର କ୍ୟାଥରିନ ନାମକ ଏହି ଯୁବତୀ ଜଣକ ସୋସିଆଲ ମିଡ଼ିଆରେ ଏନେଇ ସେୟାର କରିଛନ୍ତି । ସେ କହିଛନ୍ତି ଯେ, କ୍ରିଏଟିଭ୍ ଆର୍ଟିଷ୍ଟ ଏଜେନ୍ସିରେ ମ୍ୟୁଜିକ୍ ଟୁରିଂ ଆସିଷ୍ଟାଣ୍ଟ ପଦ ପାଇଁ ବିଜ୍ଞାପନ ବାହାରିଥିଲା । ମୁଁ ଏହା ଦେଖିବା ମାତ୍ରେ ଉକ୍ତ କମ୍ପାନୀକୁ ରିଜ୍ୟୁମ୍ ପଠାଇଲି । ମୁଁ ସକାଳ ୧୧:୦୦ ରେ ଇମେଲ୍ କରିଥିଲି । ସେହି ଦିନ ୧୧:୨୦ ରେ ମୁଁ ମେଲ୍ ପାଇଲି ଯେ ଆପଣଙ୍କର ଆବେଦନ ପ୍ରତ୍ୟାଖ୍ୟାନ ହୋଇଯାଇଛି ।
ହେଥର ଇମେଲର ଏକ ସ୍କ୍ରିନସଟ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ କମ୍ପାନୀର ଉତ୍ତର ଲେଖାଯାଇଥିଲା । ପ୍ରିୟ ହେଥର କ୍ୟାଥରିନ୍, କ୍ରିଏଟିଭ୍ ଆର୍ଟିଷ୍ଟ ଏଜେନ୍ସି ପ୍ରତି ତୁମର ଆଗ୍ରହକୁ ଆମେ ପ୍ରଶଂସା କରୁଛୁ । ମ୍ୟୁଜିକ୍ ଟୁରିଂ ଆସିଷ୍ଟାଣ୍ଟ ପଦବୀ ପାଇଁ ଆପଣ ଆବେଦନ କରିଥିବା ରିଜ୍ୟୁମ୍କୁ କମ୍ପାନୀ ପ୍ରତ୍ୟାଖ୍ୟାନ ପତ୍ରରେ ଲେଖିଛି । ଆମେ ଆପଣଙ୍କର ପୃଷ୍ଠଭୂମି ସହିତ ବହୁତ ପ୍ରଭାବିତ ହୋଇଥିଲୁ, କିନ୍ତୁ ଆମେ ଏହି ସମୟରେ ଆପଣଙ୍କର ଆବେଦନ ଗ୍ରହଣ କରିପାରିବୁ ନାହିଁ ।
ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ମଧ୍ୟ ସେମାନଙ୍କର ଅନୁଭୂତି ବାଣ୍ଟିଥିଲେ । ଜଣେ ଉପଭୋକ୍ତା ଲେଖିଛନ୍ତି, ଏକ କମ୍ପାନୀ ନୋଟିସ ପାଇବା ମାତ୍ରେ ମୋତେ ପ୍ରତ୍ୟାଖ୍ୟାନ ପତ୍ର ପଠାଇଛି । ଅନ୍ୟ ଜଣେ ଲେଖିଛନ୍ତି- ଆବେଦନ କରିବାର ୮ ମିନିଟ୍ ମଧ୍ୟରେ ମୋତେ ଥରେ ଚାକିରି ପାଇଁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ସେହି କମ୍ପାନୀ ପରଦିନ ଏକ ଭିନ୍ନ ପଦବୀ ପାଇଁ ଏକ ସାକ୍ଷାତକାର ଲାଗି ମୋତେ ଡାକିଲା ।
Comments are closed.