Latest Odisha News

ଜିଓଟ୍ୟାଗିଂ ପରେ ଡିବିଟିରେ ଦିଆଯିବ କ୍ଷତିପୂରଣ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବାତ୍ୟା ‘ଦାନା’ ପ୍ରଭାବିତ ଲୋକଙ୍କୁ ନୂଆ ଗାଇଡଲାଇନ୍ ଅନୁସାରେ କ୍ଷତିପୂରଣ ଦିଆଯିବ । ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ ନୂଆ ନିୟମରେ ମିଳିବ କ୍ଷତିପୂରଣ।  ଜିଓଟ୍ୟାଗିଂ କରି ଜିଲ୍ଲାସ୍ତରରୁ କ୍ଷୟକ୍ଷତି ରିପୋର୍ଟ ଆସିଲେ ସେହି ଆଧାରରେ ପ୍ରଭାବିତ ଲୋକଙ୍କୁ ଡିବିଟି ମାଧ୍ୟମରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି ।

ଆଜି ଏକ ସମୀକ୍ଷା ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି, ଜିଲ୍ଲାସ୍ତରରୁ ଏବେ ଚାଷଜମି ପ୍ରଭାବିତ ହେବାର ପ୍ରାକ୍ ଆକଳନ ରିପୋର୍ଟ ଆସିଛି । ବର୍ଷା କମିବା ପରେ ଅଫିସରମାନେ ଗ୍ରାଉଣ୍ଡକୁ ଯାଇ କ୍ଷୟକ୍ଷତିର ଜିଓ ଟ୍ୟାଗିଂ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହି ରିପୋର୍ଟକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ,ଏସଆରସି ଓ କୃଷି ବିଭାଗ ଆବଶ୍ୟକ ନିଷ୍ପତ୍ତି ନେବେ। ଚାଷୀମାନଙ୍କର ଯାହା ଅଧିକାର ସେମାନେ ନିଶ୍ଚିତ ପାଇବେ ଓ ସେମାନଙ୍କୁ ତାହା ଯୋଗାଇଦେବାକୁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି ବୋଲି କୃଷିମନ୍ତ୍ରୀ କହିଛନ୍ତି । ଜିଲ୍ଲାସ୍ତରରରୁ ସମ୍ପୂର୍ଣ୍ଣ ରିପୋର୍ଟ ଆସିବେ ଲୋକଙ୍କୁ ଡିବିଟି ମାଧ୍ୟମରେ କ୍ଷତିପୂରଣ ଯୋଗାଇ ଦିଆଯିବ । ଭୁଲ୍ ରିପୋର୍ଟ ଦେଇଥିବା ଜଣାପଡିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ତାଗିଦ କରିଛନ୍ତି ।

 

Leave A Reply

Your email address will not be published.