Latest Odisha News

ଏସଆରସିଙ୍କ ନୂଆ ଗାଇଡଲାଇନ ଅନୁଯାୟୀ ମିଳିବ କ୍ଷତିପୂରଣ: ମନ୍ତ୍ରୀ

ଭୁବନେଶ୍ବର: ବାତ୍ୟା ଦାନା ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସେ କହିଛନ୍ତି ଯେ, ଏସଆରସିଙ୍କ ନୂଆ ଗାଇଡଲାଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ ।

ମନ୍ତ୍ରୀ କହିଛନ୍ତି, ବର୍ଷା କମିଲା ପରେ ଘଟଣାସ୍ଥଳକୁ ଯାଇ ଜିଓ ଟ୍ୟାଗିଂ କରି ସରକାରଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ଜିଲ୍ଲା ସ୍ତରରୁ ଆଖି ଦେଖା ରିପୋର୍ଟ ଆସିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଏସଆରସି ଓ କୃଷି ବିଭାଗ ନିଷ୍ପତ୍ତି ନେବେ । ଲୋକଙ୍କର ଯାହା ପ୍ରାପ୍ୟ ରହିଛି ତାହା ସରକାର ଯୋଗାଇଦେବେ ।

ଜିଲ୍ଲା ସ୍ତରରୁ ରିପୋର୍ଟ ଆସିଲେ ଏସଆରସିଙ୍କୁ ଦିଆଯିବ । ଡିବିଟି ମାଧ୍ୟମରେ ଲୋକଙ୍କୁ କ୍ଷତିପୂରଣ ଦିଆଯିବ । ଭୁଲ୍ ରିପୋର୍ଟ ନଦେବା ପାଇଁ ସତର୍କ କରାଯାଉଛି । ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନେବେ ସରକାର ।

Leave A Reply

Your email address will not be published.