ମୁମ୍ବାଇ: ବିବାଦରେ ଫସିଲେ ଫେମସ୍ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ । କମେଡିଆନ ସମୟ ରାଇନାଙ୍କ ହିଟ୍ ଷ୍ଟାଣ୍ଡ ଅପ୍- କମେଡି ଶୋ ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟ୍’ ରେ ରଣବୀର ଜଜ୍ ହୋଇଥିବା ବେଳେ ସେଠାରେ କିଛି ଆପତ୍ତିଜନକ ଟିପ୍ପଣୀ ପାଇଁ ଏବେ ଖୁବ୍ ଟ୍ରୋଲ ହୋଇଛନ୍ତି ରଣବୀର । ଏମିତିକି ତାଙ୍କ ବିରୁଦ୍ଧରେ ମାମଲା ମଦ୍ଧ ରୁଜ୍ଜୁ ହୋଇଛି । ଶୋରେ କିଛି ଅଶାଳୀନ ଭାଷାର ପ୍ରୟୋଗକରାଯାଇଥିବା ବେଳେ ଏହାର ବିରୁଦ୍ଧରେ ଆଡଭୋକେଟ୍ ଆଶିଷ ରାୟଙ୍କ ଦ୍ବାରା ମୁମ୍ବାଇ ପୋଲିସ୍ କମିଶନର ଏବଂ ମହିଳା ଆୟୋଗରେ ମାମଲା ରୁଜୁ କରାଯାଇଛି ଏବଂ ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟନଚଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରାଯାଇଛି । ତେବେ ଏହି ଘଟଣାରେ ଆହ୍ଲାବାଦିଆଙ୍କ ସହ ସୋସିଆଲ ମିଡିଆ ଇନଫ୍ଲୁଏନସର ଅପୂର୍ବା ମଖିଜା, କମେଡିଆନ ସମୟ ରାଇନା ଏବେ ଉକ୍ତ ଶୋର ଆୟୋଜକଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଏହି ମାମଲା ଆଧାରରେ ମୁମ୍ବାଇ ପୋଲିସର ଏକ ଟିମ୍ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟର ସେଟରେ ପହଞ୍ଚିଛନ୍ତି ।
ଅନ୍ୟପଟେ ଆହ୍ଲାବାଦିଆଙ୍କ ବୟାନ ଏବେ ପୂରା ସୋସିଆଲ ମିଡିଆରେ ତୁମ୍ବିତୋଫାନ ସୃଷ୍ଟି କରିଛି । କିଛି କିଛି ଲୋକ ଅନଲାଇନ କଣ୍ଟେଣ୍ଟ ଉପରେ ରୋକ ଲଗାଇବା ପାଇଁ କିଛି ନିୟମ କାନୁନ ଆଣିବା ଉପରେ ଜୋର ଦେଇଛନ୍ତି । ଏମିତିକି ଏହାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିଜ୍ ବି ଚେତାବନୀ ଦେଇଛନ୍ତି କି, ସୀମା ଉଲଘଂନ କଲେ କଡା ତଦନ୍ତ କରାଯିବ । ମତବ୍ୟକ୍ତର ସ୍ୱାଧୀନତାକୁ ହାଲୁକା ଭାବରେ ଗ୍ରହଣ କରାଯିବ ନାହିଁ ।
ସେପଟେ ମାମଲା ଅଧିକ ଉତ୍ତେଜିତ ହେବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି ରଣବୀର । ରଣବୀର କହିଛନ୍ତି, ମୋ ଟିପ୍ପଣୀ ଉଚିତ୍ ନଥିଲା, ନା ତାହା କମେଡି ଥିଲା । ମୁଁ କମେଡିଆନ ନୁହେଁ । ଯାହା ବି ହେଲା ସେଥିପାଇଁ ମୁଁ କିଛି ବାହାନା ଦେବିନି, ନା କିଛି ସ୍ପଷ୍ଟିକରଣ ଦେବାକୁ ଚାହେଁ । ମୁଁ ମୋର ଭୁଲ୍ ସ୍ବୀକାର କରୁଛି ଏବଂ କ୍ଷମା ମାଗୁଛି । ଏଥିସହିତ ରଣବୀର ଉକ୍ତ ଶୋର ଆୟୋଜକକଙ୍କୁ ମଧ୍ୟ ଭାଇରାଲ ବିବାଦୀୟ ପାର୍ଟ ଡିଲିଟ୍ କରିବାକୁ ଅନୁରୋଧ କରିଛନ୍ତି ।
ତେବେ କହିରଖୁଛୁ, ରଣବୀର ପ୍ରତିଯୋଗୀଙ୍କୁ ଇଂରାଜୀରେ ଏକ ପ୍ରଶ୍ନ ପଚାରିଲେ, ‘ତୁମେ କ’ଣ ତୁମର ବାପାମାଙ୍କୁ ଜୀବନସାରା ଯୌନ ସମ୍ପର୍କ ରଖିବା ଦେଖିବାକୁ ପସନ୍ଦ କରିବ…ନା ତୁମେ ଥରେ ଏଥିରେ ଯୋଗ ଦେବ, ଆଉ ସବୁଦିନ ପାଇଁ ଏହାକୁ ବନ୍ଦ କରିଦେବ?’ ଏଭଳି ଆପତ୍ତିଜନକ ମନ୍ତବ୍ୟକୁ ନେଇସୋସିଆଲ ମିଡିଆାରେ ଏବେ ଟ୍ରୋଲ ହୋଇଛନ୍ତି ରଣବୀର ।
Comments are closed.