Latest Odisha News

BREAKING NEWS

କୁମ୍ଭମେଳାରୁ ସିଧା ବଲିଉଡ୍: ‘ଦ ଡାଏରୀ ଅଫ୍ ମଣିପୁର’ର ନାୟିକା ମୋନାଲିସା

ମୁମ୍ବାଇ: ହିରୋଇନ ବନିବେ ମୋନାଲିସା । କୁମ୍ଭମେଳାରୁ ସିଧା ବଲିଉଡ ଗଲେ ଭାଇରାଲ ଗର୍ଲ । ୧୪୪ ବର୍ଷ ପରେ ପଡିଥିବା ମହାକୁମ୍ଭରୁ ସିଧା ବଲିଉଡ ଯାତ୍ରା ଆରମ୍ଭ କରିଛନ୍ତି ଭାଇରାଲ ଗର୍ଲ ମୋନାଲିସା । ମାଳି ବିକ୍ରି କରି ମହାକୁମ୍ଭରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମୋନାଲିସା ଏବେ ରୂପେଲି ପରଦାରେ ସମସ୍ତଙ୍କ ମନ ମୋହିବେ । ଶୁଣାଯାଉଛି, ଏବେ କାଳେ ସିନେମାର ସୁଟିଂ ମଧ୍ୟ ଆରମ୍ଭ ହୋଇଗଲାଣି ।

ମହାକୁମ୍ଭରେ ମାଳି ବିକି ଫେମସ ହୋଇଥିବା ମୋନାଲିସାର ଜୀବନ ପରିବର୍ତ୍ତନ ହୋଇଥିବା କୁହାଯାଉଛି । ନିଜର ସୁନ୍ଦର ଆଖି ସାଙ୍ଗକୁ ଶାମଳ ରଙ୍ଗ ପାଇଁ ସବୁଠି ଚର୍ଚ୍ଚାର ବିଷୟ ପାଲଟିଥିବା ମୋନିଲିସା ଏବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ସନୋଜ ମିଶ୍ର ତାଙ୍କ ସିନେମା ‘ଦ ଡାଏରୀ ଅଫ୍ ମଣିପୁର’ରେ ମୋନାଲିସାଙ୍କୁ କାଷ୍ଟ୍ କରିଥିବା ଖବର ସାମ୍ନାକୁ ଆସିଛି । ସନୋଜ ନିଜେ ମୋନାଲିସାକୁ ତାଙ୍କ ଗାଁରେ ଭେଟି ସିନେମା ପାଇଁ ଅଫର ଦେଇଥିଲେ । ଆଉ ସିନେମା ପାଇଁ ମୋନିଲିସା ରାଜି ହୋଇଥିଲେ । ସିନେମା ସୁଟିଂ ହେବା ପୂର୍ବରୁ ଏବେ ମୁମ୍ବାଇରେ ଅଭିନୟ ପାଇଁ ତାଲିମ୍ ନେଉଛନ୍ତି ମୋନାଲିସା । ଏନେଇ ନିର୍ଦ୍ଦେଶକ ସନୋଜ ନିଜ ଇନଷ୍ଟାରେ ମୋନାଲିସାଙ୍କୁ ଭେଟିବାର ଏକ ଭିଡିଓ ସେୟାର କରିଥିଲେ ।

ମେନାଲିସାଙ୍କୁ ନାୟିକା ବନାଉଥିବା ସିନେମାଟି ମଣିପୁର, ଦିଲ୍ଲୀ ଏବଂ ଲଣ୍ଡନରେ ସୁଟିଂ କରାଯିବ । ଏହି ମାସରୁ ଏହି ସିନେମା ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଲଣ୍ଡନରେ ଏହାର ସୁଟିଂ ଆରମ୍ଭ କରାଯିବ । ଏହି ସିନେମାରେ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ରାଜକୁମାର ରାଓଙ୍କ ବଡ଼ ଭାଇ ଅଭିନେତା ଅମିତ ରାଓ, ମୋନାଲିସାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଏମାନଙ୍କ ବ୍ୟତୀତ ନିର୍ଦ୍ଦେଶକ ଏବଂ ଅଭିନେତା ମହେନ୍ଦ୍ର ଲୋଧି, ଅନୁପ ଜଲୋଟାଙ୍କ ଭଳି ବଡ଼ କଳାକାର ମଧ୍ୟ ଫିଲ୍ମରେ ନଜର ଆସିବେ । ମଣିପୁରର ସ୍ଥାନୀୟ କଳାକାରଙ୍କୁ ବି ଏଥିରେ ସାମିଲ କରାଯିବ । ସିନେମାଟି ଅକ୍ଟୋବରରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ଏହାର ବଜେଟ୍ ୨୦ କୋଟି ଟଙ୍କା ରହିଛି ।

Comments are closed.