Latest Odisha News

BREAKING NEWS

ପିଲାଙ୍କୁ ନିମ୍ନମାନର ଚାଉଳ ଦିଆଯାଉଥିବା ଅଭିଯୋଗ

ଯାଜପୁର: ଚାଉଳରୁ ବାହାରୁଛି ପୋକ। ଏହିପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବରୁଣେଶ୍ୱର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ଦିଆଯାଉଥିବା ଚାଉଳରେ ପୋକ ବାହାରୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ଚାଉଳ ବଣ୍ଟନ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ପକ୍ଷରୁ ନିମ୍ନମାନର ଚାଉଳ ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହି ଚାଉଳ ଖାଇଲେ ଛାତ୍ରଛାତ୍ରୀ ଅସୁସ୍ଥ ହେବାର ଆଶଙ୍କା ରହିଥିବା ଲୋକ କହିଛନ୍ତି। ତେବେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Leave A Reply

Your email address will not be published.