Latest Odisha News

BREAKING NEWS

ବନ ବିଭାଗ ପଞ୍ଝାରେ ଅଭିଯୁକ୍ତ, ୨ ଲକ୍ଷ ଟଙ୍କାର ଶାଳ କାଠ ଜବତ

କେନ୍ଦୁଝର : ବନ ବିଭାଗ ହାବୁଡରେ ଧରା ପଡ଼ିଲା ଅଭିଯୁକ୍ତ । ହଳଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଆଜି ବନ ବିଭାଗ ଚଢଉ କରିଛି । କେନ୍ଦୁଝର ହରଚନ୍ଦପୁର ବ୍ଲକ ପିଠାଗୋଳା ଗ୍ରାମର ଏସିଏଫ୍ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ବନ ବିଭାଗ ସ୍କ୍ୱାର୍ଡ ଚଢଉ କରିଥିଲେ। ଅଭିଯୁକ୍ତ ହଳଧର ଘରୁ ବହୁ ପରିମାଣର ଶାଳ କାଠ,ତେନ୍ତେରା ଆଦି କିଶମର ଚିରା କାଠ , କାଠ ଚିରା ମେସିନ ଜବତ କରିଛି ବନ ବିଭାଗ । ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ସେପଟେ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଏସିଏଫ୍ ସୂଚନା ଦେଇଛନ୍ତି।

Leave A Reply

Your email address will not be published.