Latest Odisha News

BREAKING NEWS

[ଭିଡ଼ିଓ] ଇଲେକ୍ଟ୍ରିକ୍ ମିଟର ବାକ୍ସରୁ ନାଗ ସାପ ଉଦ୍ଧାର

ଭୁବନେଶ୍ୱର : ଇଲେକ୍ଟ୍ରିକ୍ ମିଟର ବାକ୍ସରେ ନାଗ ସାପ । ଭୁବନେଶ୍ୱର ବ୍ରହ୍ମେଶ୍ୱର ପାଟଣାର ବଟକୃଷ୍ଣ ଡାଳୁଆଙ୍କ ଘରେ ଲାଗିଥିବା ଇଲେକ୍ଟ୍ରିକ ମିଟର ବାକ୍ସ ଭିତରୁ ୩ ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରାଯାଇଛି । ଆଜି ଦିନ ପ୍ରାୟ ସାଢେ ୧୨ ଟା ପାଖାପାଖି ହେବ ସାପଟି ଘରର ସିଡି ତଳେ ଶୋଇଥିବା ଘର ଲୋକ ଦେଖିଥିଲେ ପରେ ସାପଟି ମିଟର ବାକ୍ସରେ ପଶିଯାଇଥିଲା।

ବରଗଡ଼ ସ୍ଥିତ ଇଲେକ୍ଟ୍ରିକ ସବଡିଭିଜନ ଅଫିସରେ ଖବର ଦେବା ପରେ ସବଡିଭିଜନ ଅଫିସରୁ ବିଦ୍ୟୁତ କର୍ମଚାରୀ ଆସି ମିଟର ସିଲ୍ କାଟିବା ପରେ ନାଗସାପ ଇଲେକ୍ଟି ମିଟର ବାକ୍ସ ଭିତରେ ଶୋଇଥିବା ଦେଖିଥିଲେ। କରେଣ୍ଟ କଟାଯିବା ପରେ ସ୍ନେକ ହେଲପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଁଚି ସାପକୁ ଉଦ୍ଧାର କରିଛନ୍ତି। ପରେ ସାପଟିକୁ ଉଦ୍ଧାର କରାଯାଇ ବ୍ୟାଗ ଭିତରେ ଭର୍ତି କରିନେଇ ଏକ ଅପ୍ରାକୃତିକ ଆବାସ ସ୍ଥଳିରେ ଛାଡି ଦିଆଯାଇଛି।

ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏଇ ଘଟଣା ରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି “ଇଲେକ୍ଟ୍ରିକ୍ ମିଟରକୁ ସାପ ଉଦ୍ଧାରକାରୀ ମାନେ କେବେ ହେଲେ ବିଦ୍ୟୁତ କର୍ମଚାରୀ ଙ୍କ ବିନା ଉପସ୍ଥିତି ଓ ବିନା ଅନୁମତିରେ ଇଲେକ୍ଟ୍ରିକ୍ ମିଟରର ସିଲ୍ ଭାଙ୍ଗିବା କଥା ନୁହେଁ । ଏଣୁ ଆମେ ବିଦ୍ୟୁତ କର୍ମଚାରୀଙ୍କ ସହାୟତା ନେଇଥିଲୁ” ।

Leave A Reply

Your email address will not be published.