Latest Odisha News

BREAKING NEWS

ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀରେ ହାଇ-ଗ୍ରେଡ ଗ୍ଲିଓମା ଅସ୍ତ୍ରୋପଚାର ଆରମ୍ଭ

ବ୍ରହ୍ମପୁର: ମସ୍ତିଷ୍କରେ ହେଉଥିବା ଜଟିଳ ଟ୍ୟୁମରର ହେବ ସଫଳ ଚିକିତ୍ସା। ଏହାପାଇଁ ଆଉ ଦୂରକୁ ଯିବେନି ରୋଗୀ। ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲ୍‌ରେ ଆରମ୍ଭ ହୋଇଛି ହାଇ-ଗ୍ରେଡ୍ ଗ୍ଲିଓମା ଅସ୍ତ୍ରୋପଚାର। ମସ୍ତିଷ୍କରେ ସୃଷ୍ଟି ହେଉଥିବା କିଛି ବଡ ଟ୍ୟୁମରକୁ  ହାଇ-ଗ୍ରେଡ ଗ୍ଲିଓମା କୁହାଯାଏ। ଏହାର ଚିକିତ୍ସା ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ କରାଯାଏ । ଏହି ଚିକିତ୍ସା ପ୍ରକ୍ରିୟା ଏବେ ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲ୍‌ରେ ଉପଲବ୍ଧ ହେଉଥିବା ହସ୍ପିଟାଲ୍‌ର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ କହିଛନ୍ତି।

ବିଶେଷଜ୍ଞ ଡାକ୍ତର ତଥା ନ୍ୟୁରୋ ସର୍ଜନ୍ ଡାକ୍ତର ପରେଶ ଗୌଡ ଏହି ଅସ୍ତ୍ରୋପଚାର କରୁଥିବା ବେଳେ ଏହି ପଦ୍ଧତି ଦ୍ୱାରା ଅତ୍ୟାଧୁନିକ ସ୍ନାୟୁ ଚିକିତ୍ସା କ୍ଷେତ୍ରରେ ହସ୍ପିଟାଲ୍‌ର ଖ୍ୟାତି ବଢ଼ୁଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଆମେ ଦକ୍ଷିଣ ଓଡ଼ିଶାର ଏହି ହସ୍ପିଟାଲ୍‌ରେ ବିଶ୍ୱସ୍ତରୀୟ ସ୍ନାୟୁ ଶଲ୍ୟ ଚିକିତ୍ସା ପ୍ରଦାନ କରିବା ନେଇ ବଦ୍ଧପରିକର। ରୋଗୀମାନଙ୍କୁ ଏହି ରୋଗର ଚିକିତ୍ସା ପାଇଁ ଦୂର ସ୍ଥାନକୁ ଯିବାକୁ ପଡ଼ିବ ନାହିଁ ।

ଅତ୍ୟାଧୁନିକ ଇମେଜିଂ ସିଷ୍ଟମ୍‌, ଅସ୍ତ୍ରୋପଚାର କକ୍ଷ ଏବଂ ନିପୁଣ ସ୍ନାୟୁଶଲ୍ୟ ଟିମ୍ ମାଧ୍ୟମରେ ସ୍ନାୟୁ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ହସ୍ପିଟାଲ୍ ଆଗକୁ ଆହୁରି ଉନ୍ନତି କରିବ ବୋଲି ସେ କହିଛନ୍ତି । ଏହି ଡାକ୍ତରଖାନାରେ ଅତ୍ୟାଧୁନିକ ଚିକିତ୍ସା ସହ ସମ୍ବେଦନଶୀଳ ସେବା ଚିକିତ୍ସା କ୍ଷେତ୍ରରେ ଏକ ଭିନ୍ନତା ସୃଷ୍ଟି କରୁଛି ବୋଲି ଶ୍ରୀ ଦାଶ କହିଛନ୍ତି ।

Comments are closed.