Latest Odisha News

ନୂଆ ବର୍ଷରୁ ନୂଆ ଜାଗାକୁ ବିମାନ ସେବା: ଜାଣନ୍ତୁ କେଉଁଠିକୁ ଯିବା ହେବ ସହଜ

ଭୁବନେଶ୍ୱର: ନୂଆ ବର୍ଷରୁ ନୂଆ ସହରକୁ ଉଡାଣ ଭରିବା ବିମାନ ସେବା । ଜାନୁଆରୀ ପହିଲାରୁ ଷ୍ଟାର୍‌ ଏୟାରଲାଇନ୍ସ ଝାରସୁଗୁଡ଼ା ବିମାନ ବନ୍ଦରରୁ ହାଇଦ୍ରାବାଦ ଯୋଗେ ବିମାନ ସେବା ଆରମ୍ଭ କରିବାକୁ ଯାଉଛି । ଏନେଇ ଏୟାରଲାଇନ୍ସ ନିଜ ୱେବ୍‌ସାଇଟ୍‌ରେ ବିମାନ ଚଳାଚଳର ସମୟସାରଣୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ଅବଗତ କରାଇଛନ୍ତି ବିମାନମନ୍ଦର କର୍ତ୍ତୃପକ୍ଷ ।

ସୂଚନା ଅନୁଯାୟୀ, ରବିବାର, ସୋମବାର ହାଇଦ୍ରାବାଦରୁ ଅପରାହ୍ଣ ୪ଟା ୩୫ରେ ଏହି ବିମାନ ଉଡ଼ାଣ ଭରିବ। ପରେ ସନ୍ଧ୍ୟା ୬ଟା ୨୦ ମିନିଟ୍‌ରେ ଝାରସୁଗୁଡ଼ାରେ ଅବତରଣ କରିବ। ସପ୍ତାହର ଅନ୍ୟ ୫ ଦିନ ଏହି ବିମାନ ସନ୍ଧ୍ୟା ୭ଟାରେ ହାଇଦ୍ରାବାଦରୁ ଉଡ଼ାଣ ଭରି ରାତି ୮ଟା ୪୫ ମିନିଟ୍‌ରେ ଝାରସୁଗୁଡ଼ାରେ ଅବତରଣ କରିବ। ସେହିଭଳି ରବିବାର, ସୋମବାର ଏହି ବିମାନ ସନ୍ଧ୍ୟା ୬ଟା ୫୦ ମିନିଟ୍‌ରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡ଼ାଣ ଭରି ରାତି ୮ଟା ୩୫ ମିନିଟ୍‌ରେ ହାଇଦ୍ରାବାଦରେ ପହଞ୍ଚିବ। ରବିବାର, ସେମାବାରକୁ ଛାଡିଦେଲେ ସପ୍ତାହର ଅନ୍ୟ ୫ ଦିନ ଏହି ବିମାନ ସନ୍ଧ୍ୟା ୯ଟା ୧୫ ମିନିଟ୍‌ରେ ଝାରସୁଗୁଡ଼ାରୁ ଉଡ଼ାଣ ଭରି ରାତି ୧୧ଟାରେ ହାଇଦ୍ରାବାଦରେ ଅବତରଣ କରିବ।

ସେହିପରି ଫେବୃଆରୀରୁ ରାୟପୁରରୁ ଲକ୍ଷ୍ନୌ ଯୋଗେ ବିମାନ ସେବା ଆରମ୍ଭ ହେବ । ଫେବ୍ରୁଆରି ପହିଲାରୁ ଲକ୍ଷ୍ନୌକୁ ଓ ଫେବ୍ରୁଆରି ୨ ତାରିଖରୁ ରାୟପୁରକୁ ମଧ୍ୟ ଷ୍ଟାର୍‌ ଏୟାର ଉଡ଼ାଣ କରିବ। ସପ୍ତାହର ୩ ଦିନ ଅର୍ଥାତ ମଙ୍ଗଳବାର, ଗୁରୁବାର ଓ ଶନିବାର ସନ୍ଧ୍ୟା ୫ଟା ୩୫ ମିନିଟ୍‌ରେ ଝାରସୁଗୁଡ଼ାରୁ ଲକ୍ଷ୍ନୌ ପାଇଁ ବିମାନ ଉଡ଼ାଣ ଭରିବ ଓ ସେଠାରେ ସନ୍ଧ୍ୟା ୬ଟା ୫୫ ମିନିଟ୍‌ରେ ଅବତରଣ କରିବ। ଏହି ୩ ଦିନ ହିଁ ସନ୍ଧ୍ୟା ୭ଟା ୨୫ରେ ଲକ୍ଷ୍ନୌରୁ ଝାରସୁଗୁଡ଼ା ପାଇଁ ବିମାନ ଉଡ଼ାଣ ଭରି ରାତି ୮ଟା ୪୫ ମିନିଟ୍‌ରେ ଏଠାରେ ଅବତରଣ କରିବ। ସପ୍ତାହକୁ ଅନ୍ୟ ୪ ଦିନ ଅର୍ଥାତ୍‌ ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ସନ୍ଧ୍ୟା ୬ଟା ୩୫ ମିନିଟ୍‌ରେ ଝାରସୁଗୁଡ଼ାରୁ ରାୟପୁର ଅଭିମୁଖେ ବିମାନ ଉଡ଼ାଣ ଭରି ସେଠାରେ ସନ୍ଧ୍ୟା ୭ଟା ୨୫ ମିନିଟ୍‌ରେ ଅବତରଣ କରିବ। ସେଠାରୁ ପୁଣି ସନ୍ଧ୍ୟା ୭ଟା ୫୫ ମିନିଟ୍‌ରେ ଉଡ଼ାଣ ଭରି ଝାରସୁଗୁଡ଼ାରେ ରାତି ୮ଟା ୪୫ ମିନିଟ୍‌ରେ ଅବତରଣ କରିବ।

Comments are closed.