Latest Odisha News

BREAKING NEWS

ଏସି ମରାମତି ବେଳେ ଫାଟିଲା କମ୍ପ୍ରେସର, ଜଣେ ମୃତ, ୨ ଗୁରୁତର

ଭୁବନେଶ୍ବର: ଭୁବନେଶ୍ବର ୟୁନିଟ୍ ୨ ସ୍ଥିତ ମାର୍କେଟ୍ ବିଲ୍ଡିଂରେ ଅଘଟଣ ଆଜି ଅଘଟଣ ଘଟିଛି । ଦୋକାନରେ ଏସି ମରାମତି ବେଳେ କମ୍ପ୍ରେସର ଫାଟିଯିବାରୁ ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ, ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଥିବା କଳାନିକେତନ ଷ୍ଟୋରରେ କିଛି ଦିନ ହେଲା ଶୋ’ରୁମ୍ ଏସି ଅଚଳ ହୋଇପଡ଼ିଥିଲା ଗୁରୁବାର ମରାମତି ପାଇଁ ଦୁଇ ଜଣ ମେକାନିକ୍ ଆସିଥିଲେ । ଏସି କାମ ଚାଲିଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଦୋକାନ ଥରି ଉଠିଥିଲା । ହଠାତ୍ କେହି କିଛି କିଛି ବୁଝି ପାରିନଥିଲେ ।
ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ । ପହଞ୍ଚି ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ ପରିସ୍ଥିତିରେ କମ୍ପ୍ରେସର ଫାଟିଲା, ତାହାର କାରଣ ଖୋଜିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.