ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀ କରିବେ ଟ୍ରାକ୍ଟର ରାଲି । ଏଥିପାଇଁ ଦିଲ୍ଲୀ ପୋଲିସ ଚାଷୀଙ୍କୁ ସର୍ତ୍ତମୂଳକ ଅନୁମତି ଦେଇଛି । ଭିନ୍ନ ଭିନ୍ନ ରୁଟ୍ରେ ଶାନ୍ତିପୂର୍ଣ୍ଣ ଭାବେ ପରେଡ କରିବେ ଅନ୍ନଦାତା । ପରେଡ୍ରେ ସାମିଲ ହେବ ହଜାର ହଜାର ଟ୍ରାକ୍ଟର । ସାରା ବିଶ୍ବ ଏହି ପରେଡ୍ ଦେଖିବ ବୋଲି ଚାଷୀ ନେତା କହିଛନ୍ତି । କେଉଁ କେଉଁ ରୁଟ୍ରେ ପରେଡ୍ ହେବ, ସେନେଇ ଦିଲ୍ଲୀ ପୋଲିସକୁ ଚାଷୀ ନେତା ରୁଟ୍ ପ୍ଲାନ୍ ଦେଇଛନ୍ତି ।
ଦିଲ୍ଲୀର ତିନୋଟି ସ୍ଥାନରୁ ପରେଡ ପାଇଁ ଅନୁମତି ଦିଆଯାଇଛି । ଏଥିପାଇଁ ସୀମାରେ ଲାଗିଥିବା ବ୍ୟାରିକେଡକୁ ହଟାଯିବ । ପରେଡ ପାଇଁ ରବିବାର ଦିଲ୍ଲୀ ପୋଲିସ ଓ ଚାଷୀ ନେତାଙ୍କ ମଧ୍ୟରେ ବୈଠକ ହୋଇଥିଲା । ଦୀର୍ଘ ସମୟର ଆଲୋଚନା ପରେ ପରେଡର ପ୍ଲାନିଂକୁ ଅନୁମତି ଦିଆଯାଇଛି । ସିଂଘୁ, ଟିକ୍ରି ଓ ଗାଜିପୁର ସୀମାରୁ ଚାଷୀଙ୍କ ଟ୍ରାକ୍ଟର ରାଲି ବାହାରିବ ।
Comments are closed.