Latest Odisha News

ମୌସୁମୀ ପାଇଁ ବାଟ ଫିଟିଲା, ଆଉ ଦିନେ ଭିତରେ ଫେରିଯିବ

ଭୁବନେଶ୍ବର: ପାଗ ଅନୁକୂଳ । ଓଡିଶାରୁ ଫେରିଯିବ ମୌସୁମୀ । ଆଉ ଦିନେ କିମ୍ବା ଦୁଇ ଦିନ ଭିତରେ ଓଡିଶାରୁ ଅପସରି ଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବ । ଏନେଇ ପାଗ ଅନୁକୂଳ ଥିବା ସୂଚନା ଦେଇଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ । ଓଡିଶା ସମେତ ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାରରୁ ମୌସୁମୀ ସମ୍ପୂର୍ଣ୍ଣ ଫେରିଯିବା ବେଳେ ମହାରାଷ୍ଟ୍ର, ଛତିଶଗଡ଼, ଓଡିଶା, ପଶ୍ଚିମବଙ୍ଗ, ସିକ୍କିମର କିଛି ଅଞ୍ଚଳରୁ ଫେରିଯିବ।

ତେବେ ଚଳିତ ବର୍ଷ ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡ଼ିଶା ଛୁଇଁଥିଲା ମୌସୁମୀ। କେରଳ ଛୁଇଁବାର ୮ ଦିନ ପରେ ଓଡ଼ିଶାରେ ପ୍ରବେଶ କରିଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଓଡ଼ିଶାରେ ଏଥର ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ବଡ଼ ବର୍ଷା ନ ଥିବାରୁ ମୌସୁମୀ ଫେରିଯିବ ନେଇ ଅନୁକୂଳ ସଙ୍କେତ ମିଳିଥିବା କହିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.