ବାଙ୍ଗାଲୁର: ସ୍କୁଲ ପିଲାଙ୍କ ବ୍ୟାଗରୁ ମିଳିଲା ଏମିତି କିଛି ଜିନିଷ, ଯାହା ଶୁଣିଲେ ଶିକ୍ଷକଙ୍କର କାହିଁକି ଆପଣଙ୍କର ବି ହୋସ ଉଡ଼ିଯିବ । ଛୋଟ ଛୋଟ ସ୍କୁଲ ପିଲାଙ୍କ ବ୍ୟାଗରୁ ବାହାରିଲା କଣ୍ଡୋମ ଓ ଗର୍ଭନିରୋଧକ ବଟିକା ପରି ଆପତ୍ତିଜନକ ଜିନିଷ ।ଏହା ଘଟଣା ସାମ୍ନାକୁ ଆସିବା ପରେ ପ୍ରତିଦିନ ବ୍ୟାଗ ଚେକ୍ ହେବ ବୋଲି ନେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।
ଅନେକ ସମୟରେ ପିଲାଙ୍କ ବ୍ୟାଗରେ ଟଙ୍କା ବା ମୋବାଇଲ ଫୋନ ନେଇ ସ୍କୁଲ ଆସିଥାନ୍ତି । ସେଥିପାଇଁ ସ୍କୁଲରେ ଶିକ୍ଷକ ପିଲାଙ୍କ ବ୍ୟାଗ ଚେକିଂ କରିଥାନ୍ତି । ହେଲେ ବାଙ୍ଗାଲୋରର ଏକ ସ୍କୁଲରେ ପିଲାଙ୍କ ବ୍ୟାଗ ଯାଞ୍ଚବେଳେ କଣ୍ଡୋମ, ଗର୍ଭନିରୋଧକ ବଟିକା, ସିଗାରେଟ, ଲାଇଟର ଆଦି ଆପତ୍ତିଜନକ ଜିନିଷ ମିଳିଛି । ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ବି ଚିନ୍ତାରେ ପଡ଼ିଛନ୍ତି । ଘଟଣା ପଦାକୁ ଆସିବା ପରେ କର୍ଣ୍ଣାଟକ ସ୍କୁଲ ଏସୋସିଏଟେଡ୍ ମେନେଜମେଣ୍ଟ ସହରର ସମସ୍ତ ସ୍କୁଲ ପିଲାଙ୍କର ବ୍ୟାଗକୁ ନିୟମିତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସ୍କୁଲ ପ୍ରଧାନଶିକ୍ଷକଙ୍କ କହିବାନୁଯାୟୀ ଏହି ମାମଲାର ସମାଧାନ କରିବା ପାଇଁ ଅଭିବାବକ-ଅଭିଭାବିକା ମିଟିଂ ରଖାଯାଇଥିଲା । ଏହି ଘଟଣା ଜାଣିବା ପରେ ମାତା ପିତା ମଧ୍ୟ ସ୍ତବ୍ଧ ହୋଇଯାଇଥିଲେ । ଏହା ସହ ପିଲାଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖା ଯାଉଥିବା ମଧ୍ୟ ମାତାପିତା କହିଛନ୍ତି ।
କର୍ଣ୍ଣାଟକ ସ୍କୁଲ ଏସୋସିଏଟେଡ୍ ମେନେଜମେଣ୍ଟର ମହାସଚିବ ଡୀ.ଶଶି କୁମାର କହିଛନ୍ତି, “ଆମକୁ ସ୍କୁଲମାନଙ୍କରୁ କଣ୍ଡୋମ, ଗର୍ଭନିରୋଧକ ବଟିକା, ପାଣି ବୋତଲରେ ମଦ ମିଳିଛି । ସେତିକି ନୁହେଁ ୫ମ ଶ୍ରେଣୀ ପିଲାମାନେ ଖରାପ ଭାଷାର ପ୍ରୟୋଗ କରିବା ସହ ଡରାଇବା ଏବଂ ଧମକ ଦେବା ଭଳି କାର୍ଯ୍ୟ କରୁଛନ୍ତି” ।
Comments are closed.