Latest Odisha News

BREAKING NEWS

ASO ପରୀକ୍ଷା ଫଳ ପ୍ରକାଶ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

କଟକ: ଓପିଏସସି ପକ୍ଷରୁ କରାଯାଇଥିବା ASO ପରୀକ୍ଷାର ଚୂଡ଼ାନ୍ତ ଫଳ ପ୍ରକାଶ ଉପରେ ଓଡ଼ିଶା ହାଇକୋର୍ଟ ରୋକ୍ ଲଗାଇଛନ୍ତି । ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ଓପିଏସସି ASO ରେଜଲ୍ଟ ପ୍ରକାଶି କରିବ ନାହିଁ ।

ତେବେ ଡିସେମ୍ବର ୪ ତାରିଖରେ ହେବାକୁ ଥିବା କମ୍ୟୁଟର ଦକ୍ଷତା ପରୀକ୍ଷା ଜାରି ରଖିବାକୁ OPSCକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ASO ପରୀକ୍ଷା କଟ ଅଫ୍ ମାର୍କକୁ ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଶୁଣାଣି କରି କୋର୍ଟ ଚୂଡ଼ାନ୍ତ ଫଳ ପ୍ରକାଶ ଉପରେ ରହିତାଦେଶ ଜାରି କରିଛନ୍ତି ।

ପୂର୍ବରୁ ନଭେମ୍ବର ୨୭ରେ କମ୍ପୁଟର ଦକ୍ଷତା ପରୀକ୍ଷା ହେବାର ଥଲା । ଏବେ ଯାହାକି ଆସନ୍ତା ୪ ତାରିଖରେ କରାଯିବ । OPSCର ବିଜ୍ଞପ୍ତି ଅନୁସାରେ, କମ୍ପୁଟର ସ୍କିଲ୍ ଟେଷ୍ଟ ୪ ତାରିଖ ଦିନ ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ହେବ ।

Leave A Reply

Your email address will not be published.