Latest Odisha News

ଓଡିଶା ସମ୍ବାଦ ପ୍ରଭାବ, ଦୂର ହେଲା ଆଡ଼ମିଶନ ଦ୍ବନ୍ଦ୍ୱ

ଭୁବନେଶ୍ୱର: ରାଜ୍ୟର ବିଦ୍ୟାଳୟ ଗୁଡିକରେ ଆଡ଼ମିଶନକୁ ନେଇ ଦ୍ବନ୍ଦ୍ବ ଦୂର ହୋଇଛି। ୫ ବର୍ଷରୁ ୭ ବର୍ଷ ବୟସର ପିଲାମାନେ ପ୍ରଥମ ଶ୍ରେଣୀରେ ଆଡ଼ମିଶନ କରିପାରିବେ ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଜାତୀୟ ଶିକ୍ଷାନୀତି ଅନୁଯାୟୀ ୬ ବର୍ଷରେ ପ୍ରଥମ ଶ୍ରେଣୀରେ ଆଡ଼ମିଶନ ଦିଆଯିବ ବୋଲି ବ୍ୟବସ୍ଥା ଥିବାବେଳେ ଓଡ଼ିଶାରେ ସ୍କୁଲଗୁଡିକରେ ୫ ବର୍ଷରେ ଆଡ଼ମିଶନ ଦିଆଯାଉଥିଲା। କିନ୍ତୁ ଚଳିତ ବର୍ଷ ଏହାକୁ ନେଇ ଦ୍ବନ୍ଦ୍ବ ଉପୁଜିବା ସହ ପିଲାଙ୍କୁ ସ୍କୁଲରୁ ଫେରାଇବାକୁ ପଡିଥିବା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଥିଲା।

ଓଡିଶା ସମ୍ବାଦରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଏ ନେଇ ସ୍ପଷ୍ଟ କରିଛି। ୫ ବର୍ଷରୁ ରାଜ୍ୟର ପ୍ରାଥମିକ ବିଦ୍ୟାଳୟରେ ପିଲାମାନେ ଆଡ଼ମିଶନ ନେଇପାରିବେ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟକୁ ସେମିତି କିଛି ଅଫିସିଆଲ ନିଷ୍ପତ୍ତି ଆସି ନ ଥିବାରୁ ବିଦ୍ୟାଳୟ ଗୁଡିକରେ ୫ ବର୍ଷରୁ ନାମଲେଖା ହେବ।

ଜାତୀୟ ଶିକ୍ଷା ନୀତି ଅନେକ ରାଜ୍ୟରେ କାର୍ଯ୍ୟକାରୀ ହୋଇ ନ ଥିବାବେଳେ ଆଡ଼ମିଶନକୁ ନେଇ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ବୟସ ରହିଛି। ତେଣୁ ଓଡ଼ିଶାରେ ପୂର୍ଵଭଳି 5 ବର୍ଷରେ ଆଡ଼ମିଶନ କରାଯିବ ବୋଲି କୁହାଯାଇଛି। ତେଣୁ ଆଡ଼ମିଶନକୁ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ୱ ଦୂର ହେବା ସହ ଏଥର ସୁରୁଖୁରୁରେ ଆଡ଼ମିଶନ ହୋଇପାରିବ ବୋଲି କୁହାଯାଇଛି।

Comments are closed.