କଟକ: ଅନୁଭବଙ୍କ ପିଛା ଛାଡୁନି ବିବାଦ । ପୁଣି ଆଉ ଏକ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଆଜି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଅନୁଭବଙ୍କ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ନିର୍ବାଚନୀ ସତ୍ୟପାଠରେ ସାଂସଦ ଅନୁଭବ ମହାନ୍ତି ଭୁଲ ତଥ୍ୟ ଦେଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଅଭିଯୋଗ କରିଛନ୍ତି । ଅନୁଭବଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟାକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି । ନଚେତ ଆଗାମି ଦନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।
ପ୍ରେସ୍ମିଟ୍ରେ କଂଗ୍ରେସ ନେତା କହିଛନ୍ତି ଯେ, ବର୍ତ୍ତମାନ ଯାଏ ଅନୁଭବ କଟକ କନ୍ଦରପୁର କଲେଜର ଛାତ୍ର ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଅନୁଭବ କନ୍ଦରପୁର କଲେଜରୁ ଯୁକ୍ତ ୩ରେ ପଢ଼ୁଛନ୍ତି । ଏବଂ ଏବେ ସୁଦ୍ଧା ସେ କଲେଜରୁ ପାସ୍ ହୋଇନାହାନ୍ତି । ହେଲେ ୨୦୧୪ ନିର୍ବାଚନ ସତ୍ୟପାଠ ଅନୁଯାୟୀ ଅନୁଭବ ମିରଟର ସୋଭିଏତ୍ ୟୁନିର୍ଭସିଟି ଅଫ୍ ଟେକ୍ନୋଲୋଜିରୁ ଗ୍ରାଜୁଏସନ କରିଥିବା ନେଇ ଉଲ୍ଲେଖ କରିଛନ୍ତି ।
କିନ୍ତୁ ଅନୁଭବ ମିରଟର ଯେଉଁ କଲେଜରୁ ୨୦୧୪ରେ ଗ୍ରାଜୁଏସନ୍ ପାସ୍ କରିଥିବା ନେଇ ଉଲ୍ଲେଖ କରିଛନ୍ତି ସେହି ବିଶ୍ୱବିଦ୍ୟାଳୟକୁ ୨୦୧୦ରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ କଲେଜ ମାନ୍ୟତା ରଦ୍ଦ କରିଦିଆଯାଇଥିବା ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି । ତେବେ ମାନ୍ୟତା ରଦ୍ଦ ହୋଇଥିବା ୟୁନିର୍ଭସିଟିରେ ଅନୁଭବ କେମିତି ପାଠ ପଢ଼ିଲେ ବୋଲି କଂଗ୍ରେସ ନେତା ନିଶିକାନ୍ତ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନୁଭବ ଏନେଇ ଉତ୍ତର ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।
BREAKING NEWS
- Iran’s new supreme leader: ଇରାନର ନୂତନ ସର୍ବୋଚ୍ଚ ନେତାଙ୍କ ପ୍ରଥମ ବୟାନ: ‘ହୋର୍ମୁଜ୍ ବନ୍ଦ ରହିବ,ପ୍ରତିଟି ମୃତ୍ୟୁର ପ୍ରତିଶୋଧ ନେବୁ’
- ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଏଯାବତ୍ ପ୍ରାଣ ହରାଇଛନ୍ତି ୩ ଭାରତୀୟ, ଜଣେ ନିଖୋଜ: ବୈଦେଶିକ ମନ୍ତ୍ରାଳୟ
- ଆଦିବାସୀ ଓ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ୬୬୪୯ କୋଟିରୁ ଉର୍ଦ୍ଧ୍ବ ବଜେଟ୍
- ଯୁବରାଜଙ୍କଠାରୁ ପାୱାର ହିଟିଂ ଶିଖୁଛନ୍ତି ରିଷଭ ପନ୍ତ
- ବିଜେପି ନେତାଙ୍କ ଭାଗିଦାରୀରେ ଲଘୁ ଖଣିଜ ସମ୍ପଦ ଲୁଟ୍ ଚାଲିଛି: ବିଜେଡି
- Damage Gas Pipeline: ପାକିସ୍ତାନକୁ ବଡ ଝଟକା; ତେଲ ସଙ୍କଟ ବେଳେ ଗ୍ୟାସ ପାଇପଲାଇନକୁ ଉଡ଼ାଇ ଦେଲେ…
- ଆଇପିଏଲ ୨୦୨୬: ଅଭ୍ୟାସ ସେଶନ ନେଇ ଗାଇଡଲାଇନ ଜାରୀ କଲା ବିସିସିଆଇ
- Bomb Threat: ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ, ପୋଲିସ ଯାଞ୍ଚ ପରେ…
- ଟିମ ଇଣ୍ଡିଆ ଏକକାଳୀନ ଖେଳିବ ୨ଟି ସିରିଜ, ଚୟନ ହେବେ ୩୦ ଖେଳାଳି
- Ganja Seized: ୧୧୧ କେଜିର ଗଞ୍ଜେଇ ଜବତ, ୫ ଜଣ ଗିରଫ
Comments are closed.