Latest Odisha News

ଟିକାକୁ DCGIର ମଞ୍ଜୁରୀ ପରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ:  ଜରୁରୀକାଳୀନ ବ୍ୟବହାର ପାଇଁ ଭାରତରେ ଦୁଇଟି କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ DCGI ପକ୍ଷରୁ ଅନୁମତି ମିଳିଛି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ବିକଶିତ ହୋଇଥିବା କୋଭିସିଲ୍ଡ ଏବଂ ଇଣ୍ଡିଜେନ୍ସ ଇଣ୍ଡିଆ ବାୟୋଟେକ୍ ର ଭ୍ୟାକ୍ସିନ୍ କୋଭାକ୍ସିନ୍‌ର ଜରୁରୀକାଳୀନ ବ୍ୟବହାରକୁ ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ (DCGI) ମଞ୍ଜୁର ପ୍ରଦାନ କରିଛି।

ଜରୁରୀକାଳୀନ ବ୍ୟବହାର ପାଇଁ ଦୁଇଟି କରୋନା ଅନୁମୋଦନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି ଯେ ଏହି ​​ସଂଗ୍ରାମକୁ ଆହୁରି ମଜଭୁତ୍‌ କରିବା ପାଇଁ ଏହା ଏକ ନିର୍ଣ୍ଣାୟକ ମୋଡ଼! ସେ ଲେଖିଛନ୍ତି ଯେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭରତ ବାୟୋଟେକ୍‌ର ଟିକାକୁ ଅନୁମୋଦନ କରି DCGI ଏକ ସୁସ୍ଥ ଏବଂ କୋଭିଡ୍‌ ମୁକ୍ତ ରାଷ୍ଟ୍ର ପାଇଁ ପଥକୁ ଆହୁରି ତ୍ୱରାନ୍ୱିତ କରୁଛି। ଭାରତବାସୀଙ୍କୁ ଅଭିନନ୍ଦନ। ଆମର ପରିଶ୍ରମୀ  ବୈଜ୍ଞାନିକ ଏବଂ ଉଦ୍ଭାବକ ମାନଙ୍କୁ ମଧ୍ୟ ଅଭିନନ୍ଦନ।

Comments are closed.