Latest Odisha News

BREAKING NEWS

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯିବ ପିଙ୍କଟେଷ୍ଟ

ସିଡନୀ:ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ଦଳ ମଧ୍ୟରେ ସିଡନୀରେ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ଜାନୁୟାରୀ ୭ରୁ ଆରମ୍ଭ ହେବାକୁ ଯାଉଥିବା ଏହି ମ୍ୟାଚକୁ ପିଙ୍କ ଟେଷ୍ଟ ଭାବେ ସ୍ଥାନ ଦିଆଯିବ । ଏହ ଦିବାରାତ୍ର ମ୍ୟାଚ ନୁହେଁ କି ଏଥିରେ ପିଙ୍କ ବଲରେ ମ୍ୟାଚ ଖେଳାଯାଇ ନାହିଁ । ଖେଳାଳିମାନେ ଗୋଲାପୀ ରଙ୍ଗର ପୋଷାକ ପିନ୍ଧି ମ୍ୟାଚ ଖେଳିବେ । ୨୦୧୨ରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ପିଙ୍କ ଗ୍ଲୋଭ୍‌ସ, ବ୍ୟାଟରେ ପିଙ୍କ ଗ୍ରିପ ଲଗାଇ ପଡିଆକୁ ଓହ୍ଲାଇଥିଲେ । ଏହା ଓଭରାଲ ୧୧ତମ ପିଙ୍କ ମ୍ୟାଚ ହେବ । ଚଳିତ ସିରିଜରେ ଭାରତ ଓ ଅଷ୍ଟ୍ରେଲିଆ ଗୋଟିଏ ଲେଖାଁଏ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ସିରିଜରେ ଆଉ ୨ଟି ମ୍ୟାଚ ଖେଳାଯିବ ।

ପିଙ୍କ ମ୍ୟାଚ କରିବାର ଉଦ୍ଦେଶ୍ୟ: ଏହି ମ୍ୟାଚ କରିବାର ମୂଳ ଉଦ୍ଦେଶ୍ୟ ଗ୍ଲେନ ମ୍ୟାକଗ୍ରାଙ୍କ ଫାଉଣ୍ଡେଶନ ଆର୍ଥୀକ ସହାୟତା ପ୍ରଦାନ କରିବା । ଫାଉଣ୍ଡେଶନ ଏହି ଅର୍ଥ ବ୍ରେଷ୍ଟ କ୍ୟାନସର ପୀଡିତଙ୍କୁ ସହାୟତାରେ ଖର୍ଚ୍ଚ କରିଥାଏ । ମ୍ୟାକଗ୍ରା ଏବଂ ତାଙ୍କ ପତ୍ନୀ ଜେନ ଏହାକୁ ୨୦୦୫ରେ ସ୍ଥାପନ କରିଥିଲେ । ଏହାର ୩ ବର୍ଷ ପରେ ସେ କ୍ୟାନସରରେ ମୃତ୍ୟୁବରଣ କରିଥିଲେ ।

Leave A Reply

Your email address will not be published.