Latest Odisha News

BREAKING NEWS

ରାଷ୍ଟ୍ରପତି ନିର୍ବାଚନ: ସଂସଦରେ ଭୋଟ୍ ଦେଇନପାରିଲେ ବିଧାନସଭାରେ ଭୋଟ୍ ଦେଇପାରିବେ ସାଂସଦ

ଭୁବନେଶ୍ୱର: ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ପଡ଼ିବ । ବିଭିନ୍ନ ରାଜ୍ୟରେ ଥିବା ବିଧାନସଭା ଏବଂ ସଂସଦରେ ବିଧାୟକ ଓ ସାଂସଦମାନେ ଭୋଟ୍ ଦେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ ବିଧାୟକ ଓ ସାଂସଦମାନେ ନିଜ ନିଜ ରାଜ୍ୟରେ ଥିବା ବିଧାନସଭା ଏବଂ ଦିଲ୍ଲୀରେ ଥିବା ସଂସଦରେ ଭୋଟ୍ ଦେଇପାରିବେ ବୋଲି ସୂଚନା ରହିଛି।

BjdElectrycity

ଏହି ପ୍ରସଙ୍ଗରେ ବିଜେଡି ସାଂସଦ ଅମର ପଟ୍ଟନାୟକ ପ୍ରେସମିଟ୍ କରି କହିଛନ୍ତି, ଆସନ୍ତାକାଲିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଅନ୍ୟପଟେ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ରହିଛି । ତେଣୁ ଯେଉଁ ସାଂସଦ ମାନେ ଦିଲ୍ଲୀରେ ଥିବେ ସେମାନେ ଦିଲ୍ଲୀରେ ଭୋଟ୍ ଦେବେ। ତଥାପି ଯେଉଁମାନେ ରହି ଯାଇଥିବେ ସେମାନଙ୍କୁ ବିଧାନସଭାରେ ଭୋଟ ଦେବା ପାଇଁ କୌଣସି ଅସୁବିଧା ନାହିଁ। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ପ୍ରଚାର ପାଇଁ ଓଡ଼ିଶା ଆସିଥିଲେ। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ବି ଆସିଥିଲେ। କିପରି ଭୋଟ୍ ହେବ ସେ ପ୍ରସଙ୍ଗରେ କେନ୍ଦ୍ରୀୟ ନେତାମାନେ ବୁଝାଇଛନ୍ତି। ସାଂସଦ ମାନେ ଦିଲ୍ଲୀ ଗଲେ ପୁଣି ଥରେ କିପରି ଭୋଟିଂ ହେବ ସେ ନେଇ ପ୍ରାକ୍ଟିସ କରିବେ। ରାଷ୍ଟ୍ରପତି ନିର୍ବାଚନରେ ଭୋଟିଂ ସେଭଳି ଜଟିଳ ନୁହେଁ । ଅତ୍ୟନ୍ତ ସହଜ ପ୍ରକ୍ରିୟା ରହିଛି । କିନ୍ତୁ ଠିକ୍ ଭାବେ ଭୋଟ୍ ନଦେଲେ ନାକଚ ହେବାର ସମ୍ଭାବନା ରହିଛି ତେଣୁ ଭୋଟିଂକୁ ସୁନିଶ୍ଚିତ କରିବାକୁ ଯାଇ ପ୍ରାକ୍ଟିସ ସହିତ ଆଲୋଚନା ହେବ।

ସେପଟେ ଦିଲ୍ଲୀରୁ ଫେରିବା ପରେ କଂଗ୍ରେସ ବିଧାୟକଙ୍କୁ ଭେଟିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଯଶବନ୍ତ ସିହ୍ନାଙ୍କୁ କଂଗ୍ରେସ ଭୋଟ୍ ଦେବ। ସେ ବିଜୟୀ ହେବେ କି ପରାଜୟ ତାହା ପରବର୍ତ୍ତୀ କଥା ବୋଲି ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କୁହାଯାଇଛି ବୋଲି ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ କହିଛନ୍ତି। ଏହି ବୈଠକରେ ରାଷ୍ଟ୍ରପତି ନିର୍ବାଚନରେ ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତି ବାବଦରେ ବିଧାୟକଙ୍କୁ ଅବଗତ କରାଇଛନ୍ତି ଶରତ ପଟ୍ଟନାୟକ। ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଭୋଟ ଦେବା ପାଇଁ ନିର୍ଦ୍ଦେଶ ରହିଥିବା ସେ କହିଛନ୍ତି।ଆଉ ଗଣେଶ୍ୱର ବେହେରା ଓ ସନ୍ତୋଷ ସିଂହ ସାଲୁଜା ରାଷ୍ଟ୍ରପତି ନିର୍ବାଚନ ଲାଗି କଂଗ୍ରେସ ଏଜେଣ୍ଟ ହେବେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.