Latest Odisha News

BREAKING NEWS

ବିଜେପି ସହ କଂଗ୍ରେସ ହାତ ମିଶାଇ ଶସ୍ତା ରାଜନୀତି କରୁଛି : ବିଜେଡି

ଭୁବନେଶ୍ୱର : ବିଜେଡି ପୁଣି କଂଗ୍ରେସ ଓ ବିଜେପି ଉପରେ ବର୍ଷିଛି । ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆସନ୍ତାକାଲି କଂଗ୍ରେସ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି । ସକାଳ ୬ ଟାରୁ ଦିନ ୧୨ ଟା ଯାଏଁ ବନ୍ଦ ପାଳନ କରିବ କଂଗ୍ରେସ । ଏହାକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଉଭୟ ବିଜେପି ଓ କଂଗ୍ରେସ ଉପରେ ବର୍ଷିଛି । ଭାରତୀୟ ଜନତା ପାର୍ଟି ସହ କଂଗ୍ରେସ ହାତ ମିଳାଇ ଶସ୍ତା ରାଜନୀତି କରୁଛି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।କଂଗ୍ରେସ ଏବେ ଭାରତୀୟ ଜନତା ପାର୍ଟିର ଟିମ ପାଲଟି ଯାଇଛି ।

କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ୍ ସନ୍‌ସାଇନ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ପ୍ରସଙ୍ଗରେ ବିଜେଡି ସାମ୍ବାଦିକ ସମ୍ମିଳନୀରେ ଗୁୁରୁବାର ଏହା କହିଛି। ଏହା ସାଧାରଣ ଲୋକଙ୍କ ପ୍ରତି କୁଠାରଘାତ। ମମିତା ମେହେରଙ୍କ ବାପା ନିଜେ କହିଛନ୍ତି ଯେ, ତଦନ୍ତ ଉପରେ ଭରସା ଅଛି। ବିଜେଡିର ସାମ୍ବାଦିକ ସମ୍ମିଳନୀରେ ସସ୍ମିତ ପାତ୍ର କହିଛନ୍ତି ଯେ, ବିଜେପିର ଇସାରାରେ କଂଗ୍ରେସ ନାଚୁଛି। ପ୍ରମାଣ ଥିଲେ କୋର୍ଟର ଦ୍ୱାରସ୍ଥ ହେବାକୁ ଆହ୍ୱାନ ଦେଇଛି ବିଜେଡି । ପୀଡିତାଙ୍କୁ ନ୍ୟାୟ ମିଳୁ କଂଗ୍ରେସ ଏହା ଚାହୁଁ ନାହିଁ। ଓଡ଼ିଶାର ସ୍ବାର୍ଥ ପାଇଁ କଂଗ୍ରେସର ବନ୍ଦ ଡାକରା ପ୍ରତ୍ୟାହାର କରୁ।

କୋଭିଡ୍ ମହାମାରୀ ପାଇଁ ଗତ ଦେଢ଼ବର୍ଷ ହେଲା ସାଢ଼େ ଚାରି କୋଟି ଓଡ଼ିଆଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିଲା । ଏବେ ଜୀବନ ଜୀବିକାରେ ସୁଧାର ଆସୁଥିବା ବେଳେ ଓଡ଼ିଶା କଂଗ୍ରେସ ବନ୍ଦ ଡାକରା ଦେଇଛି  । ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।ଏଥିପାଇଁ ଓଡ଼ିଶାବାସୀ କଂଗ୍ରେସ କିମ୍ବା କଂଗ୍ରେସର ଏ ଟିମ୍ ବିଜେପିକୁ କ୍ଷମା ଦେବେ ନାହିଁ । କଂଗ୍ରେସର ଏହି ବନ୍ଦକୁ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ । ଓଡ଼ିଶାବାସୀ କଂଗ୍ରେସ ଓ ବିଜେପିର ନିମ୍ନ ରାଜନୀତିକୁ ଜାଣି ସାରିଛନ୍ତି ବୋଲି ବିଜେଡି କହିଛି ।

Leave A Reply

Your email address will not be published.