Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ବିଶ୍ରାମ ମାଗିଲେ ରୋହିତ, ଅଧିନାୟକ ହେବେ ରାହାନେ !

ନୂଆଦିଲ୍ଲୀ: ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସିନିୟର ଖେଳାଳି ରୋହିତ ଶର୍ମା ବିଶ୍ରାମ ନେବା ପାଇଁ ବିସିସିଆଇକୁ ଅନୁରୋଧ କରିଛନ୍ତି । ୧୭ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ସିରିଜରେ ରୋହିତ ଅଧିନାୟକ ଦାୟିତ୍ୱ ତୁଲାଇବେ । ବିରାଟ କୋହଲି ପ୍ରଥମ ଟେଷ୍ଟରୁ ଓହରିଯିବା ପରେ ରୋହିତଙ୍କୁ ଏହି ମ୍ୟାଚରେ ଅଧିନାୟକ କରିବା ପାଇଁ ଯୋଜନା ଚାଲିଥିଲା ।

ଏବେ ରୋହିତ ବିଶ୍ରାମ ନେବା ପାଇଁ କହିବା ପରେ ବୋର୍ଡ ଅଜିଙ୍କ୍ୟ ରାହାନେଙ୍କୁ ଏହି ଦାୟିତ୍ୱ ଦେବା ପାଇଁ ଚିନ୍ତା କରୁଛି । କୋହଲିଙ୍କ ଡେପୁଟିଭାବେ ରାହାନେ ତାଙ୍କ କାର୍ଯ୍ୟ ସୁଚାରୁରୂପେ ତୁଲାଇଛନ୍ତି । ୧୭, ୧୯ ଓ ୨୧ ନଭେମ୍ବରରେ ଟି୨୦ ମ୍ୟାଚ ଖେଳାଯିବ । ସେହିପରି ୨୫ ନଭେମ୍ବରରୁ ପ୍ରଥମ ଓ ଏବଂ ୩ ଡିସେମ୍ବରରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.