Latest Odisha News

BREAKING NEWS

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର : ତୈଳଦର ବୃଦ୍ଧିକୁ ନେଇ ଶତାଧିକ କଂଗ୍ରେସ କର୍ମୀ ଆଜି କଟକ-ଭୁବନେଶ୍ୱର ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏହା ପ୍ରଭାବରେ ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ହଜାର ସଂଖ୍ୟାରେ ଯାନବାହାନ ଅଟକି ରହିବାରୁ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା ।

ସୂଚନା ଅନୁଯାୟୀ ତୈଳଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ନେତା ମହମ୍ମଦ ମୁକିମଙ୍କ ନେତୃତ୍ୱରେ ଆଜି ଶହଶହ କଂଗ୍ରେସ କର୍ମୀ ଗୋପାଳପୁର ଟ୍ରାଫିକ ଛକ ନିକଟରେ ଜାତୀୟ ରାଜପଥ ଅବରୋଧ କରିବା ସହ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଅନ୍ୟପକ୍ଷରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ସ୍ଥିତିରେ ସୁଧାର ଆସିଥିଲା । ତେବେ ତୈଳଦର ଦିନକୁ ଦିନ ହୁହୁ ହୋଇ ବଢୁଥିବାରୁ ସାଧାରଣରେ ଲୋକମାନଙ୍କୁ ବହୁତ ହଇରାଣ ହେବାକୁ ପଡୁଛି । ତେବେ ଏଥିସହିତ ଭାରତରେ ତୈଳଦର ସ୍ଥିତି ଅଣାୟତ ହେବାରେ ଲାଗିଛି ।

Leave A Reply

Your email address will not be published.