Latest Odisha News

BREAKING NEWS

କୋରାପୁଟରେ ଆରକ୍ଷୀ ଅଧିକାରୀଙ୍କ ଅଫିସ ଘେରାଉ କଲା କଂଗ୍ରେସ

କୋରାପୁଟ: ମମିତା ମେହେରଙ୍କୁ ନ୍ୟାୟ ଏବଂ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ରାଜ୍ୟ ପୋଲିସ ପ୍ରବେଶ କରି କର୍ମୀଙ୍କୁ ମାଡ଼ ମାରିବା ଘଟଣାରେ କଂଗ୍ରେସ ଶେଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲା । କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଶତାଧିକ କର୍ମୀ ମାଉସୀ ମା’ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ ସହ  ଘେରାଉ କରିଥିଲେ ।

ଓଡ଼ିଶାର ଏକ ସମ୍ବେଦନଶୀଳ ପ୍ରସଙ୍ଗ ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଦାବିରେ ଉପଯୁକ୍ତ ତଥ୍ୟ ପ୍ରମାଣ ଆଧାରରେ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରି ଆସୁଛନ୍ତି । ଆଜି କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ସମ୍ମୁଖରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନାରାବାଜି କରିଥିଲା ।

ଏବାବଦରେ ତାରା ବାହିନୀ ପତି ପ୍ରତିକ୍ରିୟା ରଖି କହିଛନ୍ତି ‘ନବୀନ ବାବୁଙ୍କ ନିର୍ଦ୍ଦେଶରେ କଂଗ୍ରେସର ମନ୍ଦିର ଭିତରେ ଛାତ୍ର କଂଗ୍ରେସ ପିଲାମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପୋଲିସ ପିଟିଥିଲା । ତା’କୁ ପ୍ରତିବାଦ କରି ଆଜି ପ୍ରତ୍ୟେକ ଜିଲ୍ଲାର ଏସପି ଅଫିସ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା ।

Comments are closed.