Latest Odisha News

BREAKING NEWS

ମୋବାଇଲ, ଅଲଟ୍ରା ଭାଓଲେଟ ଲାଇଟରେ ମାସ୍କରୁ ଜଣାପଡିବ ବ୍ୟକ୍ତି ସଂକ୍ରମିତ କି ନୁହେଁ !

ଟୋକିଓ: ଜାପାନର କ୍ୟୁଟୋ ପିଫେକଚୁଆଲ ୟୁନିଭରସିଟିର ବୈଜ୍ଞାନିକମାନେ ମାସ୍କରୁ ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିତ କି ନାହିଁ ତାହା ଜାଣିବା ପାଇଁ ନୂତନ ପଦ୍ଧତି ବାହାର କରିଛନ୍ତି । ଓଟପକ୍ଷୀ କୋଶିକାରୁ ପ୍ରସ୍ତୁତ ଏହି ମାସ୍କ ମୋବାଇଲ ଏବଂ ଅଲଟ୍ରାଭାଓଲେଟ ଲାଇଟ ପକାଇଲେ ବ୍ୟକ୍ତି କରାନା ସଂକ୍ରମିତ ହୋଇଛନ୍ତି କି ନାହିଁ ଜଣାପଡିବ ।

୩୨ ରୋଗୀଙ୍କ ଉପରେ ଏହା ସଫଳତାର ସହ ଗବେଷଣା କରାଯାଇଛି । ଏହି ସଂକ୍ରମିତଙ୍କ ମାସ୍କ ଲାଇଟ ପଡିବା ମାତ୍ରେ ଉଜ୍ଜ୍ୱଳ ଦେଖା ଯାଇଥିଲା । ପର୍ଯ୍ୟାୟକ୍ରମେ ରୋଗୀମାନେ ଯେତେ ସୁସ୍ଥ ହେଉଥାନ୍ତି ଏହାର ଉଜ୍ଜ୍ୱଳତା କମି କମି ଯାଉଥାଏ । ଏହା ଦ୍ୱାରା ଲୋକେ ଘରେ ବସି କରୋନା ସଂକ୍ରମିତ କି ନୁହେଁ ଜାଣିପାରିବେ ବୋଲି ବୈଜ୍ଞାନିକମାନେ ଦୃଢ଼ତା ସହକାରେ କହିଛନ୍ତି ।

Leave A Reply

Your email address will not be published.