ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା ବନ୍ଦ ଡାକରା । ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ବିରୋଧ କରି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ମିଳିତ ବିରୋଧୀ ଦଳ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ।
ପିସିସ ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇ କହିଛନ୍ତି ଯେ, ଏହି ବନ୍ଦ ସମୟରେ ସ୍କୁଲ୍, କଲେଜ, ଦୋକାନ ବଜାର ବନ୍ଦ ରହିବ । କେବଳ ଜରୁରୀ ସେବାକୁ ଛାଡିଲେ ଆଉ ସବୁ ବନ୍ଦ ରହିବ । ଆଜି ସବୁ ସହରରେ କ୍ୟାଣ୍ଡଲ ଲାଇଟ୍ ଜାଳି ଆମର ଆତ୍ମାର ସଦ୍ଗତି କାମନା କରିବେ । ଏଥିରେ ବାମପନ୍ଥୀ ଦଳ ଓ ଏନସିପି ସାମିଲ ହୋଇଛନ୍ତି ।
ବିଜେପି ଦଳ ଶାସନକୁ ଆସିବାପରେ କାହାରି କଥା ଶୁଣୁନାହାନ୍ତି । ଏସରକାର ନୈତିକ ଦୃଷ୍ଟିରୁ ଶାସନରୁ ଓହରିଯିବା ଦରକାର । ଯାହାକୁ ଘୋର ବିରୋଧ କରିବୁ ବୋଲି କହିଛନ୍ତି ପିସିସି ସଭାପତି ।
Comments are closed.