Latest Odisha News

BREAKING NEWS

ହଟିଲା ସସ୍‌ପେନ୍ସ: ଭିଡି ସତୀଶନ ହେବେ କେରଳମର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୧୦ ଦିନର ଛକାପଞ୍ଝା ଶେଷରେ ସମାପ୍ତ ହୋଇଛି। ହଟିଲା ସମସ୍ତ ସସ୍‌ପେନ୍ସ। କେରଳମର କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ କଂଗ୍ରେସରେ ଲାଗି ରହିଥିଲା ଅଙ୍କକଷା। ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି। କଂଗ୍ରେସ ନେତା ଭିଡି ସତୀଶନ୍ କେରଳମର ନୂତନ ମୁଖ୍ୟମନ୍ତ୍ରୀ ହେବେ। ଦଳର ହାଇକମାଣ୍ଡ ଆନୁଷ୍ଠାନିକ ଭାବରେ ତାଙ୍କ ନାମ ଘୋଷଣା କରିଛନ୍ତି ।

କଂଗ୍ରେସ ନେତୃତ୍ୱ ଭିଡି ସତୀଶନଙ୍କ ଉପରେ ଆସ୍ଥା ପ୍ରକାଶ କରିଛନ୍ତି। ଯିଏ ଜଣେ ଦୃଢ଼ ସାଂଗଠନିକ ଉପସ୍ଥିତି ରଖୁଥିବା ନେତା ମଧ୍ୟରେ ଜଣେ। ଭିଡି ସତୀଶନ ହେବେ କେରଳମର ନୂଆ ମୁଖ୍ୟମନ୍ତ୍ରୀ । ପ୍ରେସମିଟ୍ରେ ନାଁ ଘୋଷଣା କରିଛି କଂଗ୍ରେସ । ଉତ୍ତର ପାରାଭୁର ଆସନରୁ ବିଧାୟକ ହୋଇଥିଲେ ସତୀଶନ । ୨୦୦୧ରୁ ଲଗାତାର ଭାବେ ବିଧାୟକ ହୋଇଛନ୍ତି ସତୀଶନ ।

ଭିଡି ସତିସନ୍ କେରଳର ପାରାଭୁରରୁ ଛଅ ଥର ବିଧାୟକ ହୋଇଛନ୍ତି। ସେ କେରଳରେ କଂଗ୍ରେସ ଦଳକୁ ପୁନର୍ଜୀବିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ୧୯୯୦ ଦଶକରେ ଛାତ୍ର ରାଜନୀତିରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ସେ କେରଳ ଛାତ୍ର ସଂଘ ଏବଂ ଯୁବ କଂଗ୍ରେସର ସଦସ୍ୟ ଥିଲେ। ସଂଗଠନ ମଧ୍ୟରେ ସତିଶନଙ୍କର ଏକ ଦୃଢ଼ ପତିଆରା ରହିଛି ଏବଂ ସେ ଜଣେ ଶକ୍ତିଶାଳୀ ବକ୍ତା ମଧ୍ୟ। ସେ ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ କେରଳ ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.