ଭୁବନେଶ୍ୱର/ଭଦ୍ରକ: ଆୟ ବହିର୍ଭୁତ ସମ୍ପତ୍ତି ରଖିବା ଅଭିଯୋଗରେ ଭଦ୍ରକର CAD ଡିଭିଜନର କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ମହାନ୍ତିଙ୍କ ସହିତ ଜଡିତ ଚାରୋଟି ସ୍ଥାନରେ ଭିଜିଲାନ୍ସ ଗୁରୁବାର ଏକକାଳୀନ ଚଢ଼ାଉ କରିଛି।
ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଅନୁଯାୟୀ ଚାରି ଜଣ ଡିଏସ୍ପି, ଚାରି ଜଣ ଇନ୍ସପେକ୍ଟର ଏବଂ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଦଳଗୁଡ଼ିକ ଚଢାଉ କରିଥିଲେ।
ତେବେ ଭଦ୍ରକ ସହରର ସମରାଇପୁରରେ ତିନି ମହଲା ଆବାସିକ କୋଠା। ବାଲେଶ୍ୱର ଜିଲ୍ଲା ବସ୍ତାର ନରସିଙ୍ଗଡିହାରେ ପୈତୃକ ଗ୍ରାମରେ ଥିବା ଦୁଇ ମହଲା ଘର, ଭଦ୍ରକରେ ତାଙ୍କ କାର୍ଯ୍ୟାଳୟ ପରିସର, ଭୁବନେଶ୍ୱରର ମାଳିପଡ଼ାରେ ଜଣେ ସମ୍ପର୍କୀୟଙ୍କ ଘର ଆଦିରେ ଚଢ଼ାଉ କରାଯାଉଛି।
ଅପରପକ୍ଷରେ ଚଢ଼ାଉ ଏବେ ବି ଜାରି ରହିଛି ଏବଂ ଏହି ତଲାସୀ ଅଭିଯାନ ଶେଷ ହେବା ପରେ ପ୍ରକୃତ ସମ୍ପତି ସମ୍ପର୍କରେ ଜଣାପଡ଼ିବ ବୋଲି କୁହାଯାଉଛି।
Comments are closed.