Latest Odisha News

BREAKING NEWS

କଂଗ୍ରେସ ପକ୍ଷରୁ ୧୦ରେ ‘ଭାରତ ବନ୍ଦ’ ଡାକରା

ନୂଆଦିଲ୍ଲୀ : କଂଗ୍ରେସ ପକ୍ଷରୁ ତୈଳଦର ବୃଦ୍ଧିକୁ ନେଇ ଆସନ୍ତା ୧୦ ତାରିଖ ଦିନ ଭାରତ ବନ୍ଦ ଡାକରା ଦିଆଯିବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତାମାନେ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷର ଦରଦାମ ବୃଦ୍ଧିକୁ ନେଇ ଏହି ବନ୍ଦ ଡାକରା ଦିଆଯିବ । ଦରଦାମ ବୃଦ୍ଧି ଯୋଗୁଁ ଜନସାଧାରଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତାମାନେ ।

ଅନ୍ୟପକ୍ଷରେ ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସସାଇଜ ଡ୍ୟୁଟି ଓ ଭ୍ୟାଟ୍ କମାଇବା ସହ ଦୀର୍ଘଦିନରୁ ଦାବି ହୋଇ ଆସୁଥିବା ଜିଏସଟି ଅନ୍ତର୍ଭୁକ୍ତ କରାଇବା ନେଇ ଦାବିରେ ସାମିଲ କରାଯିବା ନେଇ ଜଣାପଡିଛି ।

Leave A Reply

Your email address will not be published.