Latest Odisha News

BREAKING NEWS

ପ୍ରବଳ ବର୍ଷା ଆଶଙ୍କା: ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ଅତ୍ୟଧିକ ବର୍ଷାକୁ ନଜରରେ ସାରା ରାଜ୍ୟରେ ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଛୁଟି ଘୋଷଣା କରାଯାଇଛି । ଏନେଇ ଗତକାଲି ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରିଥିଲେ ।

ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ନଜରରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ଜଣାପଡିଛି । ଏଥିସହିତ ଆଜି ଭୁବନେଶ୍ୱରରେ ଥିବା ସମସ୍ତ ସ୍କୁଲ ମଧ୍ୟ ବନ୍ଦ ରହିବା ନେଇ ସୁତ୍ରରୁ ପ୍ରକାଶ । ଅନ୍ୟପକ୍ଷରେ ବର୍ଷା ପରିସ୍ଥିତିକୁ ନେଇ ଜିଲ୍ଲାପାଳ ମାନଙ୍କୁ ମଧ୍ୟ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି ।

ତେବେ ରାଜଧାନୀ ବାସୀଙ୍କୁ ଲଗାଣ ବର୍ଷାରୁ ରକ୍ଷା କରିବା ପାଇଁ ବିଏମସି ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ଏକ ସ୍ୱତନ୍ତ୍ର ଅପରେସନ ସେଣ୍ଟର ମଧ୍ୟ ଖୋଲାଯାଇଛି ।

Leave A Reply

Your email address will not be published.