Latest Odisha News

BREAKING NEWS

୪ ଦଫା ଦାବି ନେଇ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

ମାଲକାନଗିରି: ୪ ଦଫା ଦାବି ନେଇ ଆଜି ମାଲକାନଗିରି ଜିଲ୍ଲା ବନ୍ଦ ପାଳନ। ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ସ୍କୁଲ୍‌, କଲେଜ, ଅଫିସ୍, ଦୋକାନ ବଜାର ବନ୍ଦ ଓ ଗାଡ଼ି ଚଳଚଳ ଠପ୍। ମଣ୍ଡିରୁ ଧାନ ଉଠାଇବା, ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ପ୍ରଦାନ ଦାବିରେ ଏହି ବନ୍ଦ ଡକରା ଦିଆଯାଇଛି। ଜିଲ୍ଲାକୁ ପର୍ଯ୍ୟାପ୍ତ ପେଟ୍ରୋଲ୍, ଗ୍ୟାସ ସିଲିଣ୍ଡର ଯୋଗାଣ ପାଇଁ ମଧ୍ୟ ଦାବି ହୋଇଛି। ଖାଲି ବସ୍ତା ବାବଦକୁ ଚଷୀଙ୍କୁ ବକେୟା ୩ ବର୍ଷର ଟଙ୍କା ଯୋଗାଣ ଦାବି ହୋଇଛି।

ଦାବିପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଆହୁରି ତୀବ୍ରତର କରିବାକୁ ଚେତାବନୀ ଦିଆଯାଇଛି । ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ମାନେ ଆନ୍ଦୋଳନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଗତ ଦୁଇ ମାସର ଅଧିକ ସମୟ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ବସ୍ତା ପଡି ରହିଛି । ଚାଷୀଙ୍କୁ ଟୋକେନ ମିଳିଛି ହେଲେ ଧାନ ଉଠାଉ ନାହାନ୍ତି ସରକାର। କାଳବୈଶାଖି ବର୍ଷା ଯୋଗୁଁ ମଣ୍ଡିରେ ପାଣି ଜମିବା ସହ ଧାନ ସବୁ ଗଜା ହେବାକୁ ଲାଗିଛି । ଚାଷୀ ମାନେ ବାରମ୍ବାର ଚେତାବନୀ ଦେବା ପରେ ମଧ୍ୟ ପ୍ରଶାସନ ଧାନ ନ କିଣିବାରୁ ଶେଷରେ ଏହି ଏହି ଆନ୍ଦୋଳନ ଆରମ୍ଭ ହୋଇଛି ।

Leave A Reply

Your email address will not be published.