Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] କାଶୀପୁରରେ ଘାତକ ହେଉଛି ହଇଜା ଦିନକୁ ଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ରାୟଗଡ଼ା : କାଶୀପୁରରେ ଘାତକ ହେଉଛି କଲେରା । ଗୋବରଘାଟି ଗାଁରେ ଆଉ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବାବେଳେ ୮ଜଣଙ୍କ ମୃତ୍ୟୁ ହୋଇଛି । ଏବେ ମୋଟ ୧୩୯ ଜଣ ଆକ୍ରାନ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି ।

ହଇଜା ବ୍ୟାପିଥିବା ଅଞ୍ଚଳର ସମସ୍ତ ଜଳଉତ୍ସକୁ ନିଷିଦ୍ଧ ଘୋଷଣା କରାଯାଇଛି । ପ୍ରତି ଗାଁରେ ଦିନକୁ ୩ ଥର ଦିଆଯାଉଛି ଶୁଦ୍ଧ ଜଳ । ଆରଏମଆରସି ପକ୍ଷରୁ କୁହାଯାଉଛି ଭିବ୍ରିଓ କଲେରା ବ୍ୟାକ୍ଟେରିଆ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପାଣିରୁ ସଂକ୍ରମଣ ବ୍ୟାପୁଥିବାରୁ କାଶୀପୁରରେ ଟ୍ୟାଙ୍କରରେ ଯୋଗାଇ ଦିଆଯାଉଛି ପିଇବା ପାଣି ।

ଜିଲ୍ଲାରେ ଆତଙ୍କ ବଢୁଥିବା ବେଳେ ଏବେ ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇଗଲାଣି । ହଇଜା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି କଂଗ୍ରେସ ଦଳ। ଗତକାଲି କଂଗ୍ରେସ ଦଳର ଗୋଟିଏ ଟିମ୍ ପ୍ରଭାବିତ ଗ୍ରାମ ପରିଦର୍ଶନ କରିଥିଲେ । ସେଠାରେ ବାସ୍ତବତା ଅନୁଧ୍ୟାନ କରି ମୃତକଙ୍କ ପରିବାରକୁ ଭେଟିଥିଲେ। ଏଥିସହ ବିଭିନ୍ନ ମେଡିକାଲ ମାନଙ୍କରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କୁ ଭେଟି ଆଲୋଚନା କରିଥିଲେ।

କାଶୀପୁର ବ୍ଲକର ନୀରିହ ଆଦିବାସୀ ମାନେ ପ୍ରଥମେ ଝାଡ଼ାବାନ୍ତି ଓ ପରେ ହଇଜା ଆକ୍ରାନ୍ତ ହୋଇଛନ୍ତି। ପ୍ରତିବର୍ଷ ଏହା ଘଟୁଛି। ସବୁଠାରୁ ବଡ଼କଥା ହେଲା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ରାୟଗଡ଼ା ଜିଲ୍ଲାର ହୋଇଥିଲେ ମଧ୍ୟ ସେ ଆଜି ସୁଦ୍ଧା କାଶୀପୁର ବ୍ଲକକୁ ଯାଇନାହାନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି  ପୂର୍ବତନ ବିଧାୟକ ଭୁଜବଳ ମାଝୀ  କହିଛନ୍ତି ।
ବାଇଟ – ଭୁଜବଳ ମାଝୀ, ପୂର୍ବତନ ବିଧାୟକ

କାଶୀପୁର ପରେ ଏବେ କୋରାପୁଟ ଜିଲ୍ଲାରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ଜିଲ୍ଲାର ଦଶମନ୍ତପୁର ବ୍ଲକର ଛତାଆମ୍ବ ଗାଁରେ ଝାଡ଼ାବାନ୍ତି ଏକାଧିକ ଆକ୍ରାନ୍ତ ହୋଇଛନ୍ତି । ଛତାଆମ୍ବ ଗାଁର ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.