Latest Odisha News

BREAKING NEWS

ଗଞ୍ଜାମରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌

ବ୍ରହ୍ମପୁର: ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ବର୍ଷା ପରବର୍ତ୍ତି ସ୍ଥିତିରେ ବନ୍ୟା ପରିସ୍ଥିତି ଦେଖା ଦେବା ନେଇ ଆକଳନ କରାଯାଉଛି ।

ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡା ଜିଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବାତିଲ୍‌ କରିଦେଇଛନ୍ତି । କୌଣସି କର୍ମଚାରୀ ନିଜ ସଦର ମହକୁମା ଛାଡି ଯାଇ ପାରିବେ ନାହିଁ ।

ଯଦି କୌଣସି କର୍ମଚାରୀଙ୍କର ନିହାତି ଛୁଟି ଆବଶ୍ୟକ ଥାଏ, ତେବେ ଜିଲାପାଳଙ୍କ ଅନୁମତି ନେଇ ଛୁଟିରେ ଯାଇ ପାରିବେ ବୋଲି ଜିଲା ଜରୁରୀ କାଳୀନ ଅଧିକାରୀଙ୍କ ତରଫରୁ ଜାରି ନିର୍ଦେଶନାମାରେ ଉଲ୍ଲେଖ କରାଯାଉଛି।

Leave A Reply

Your email address will not be published.