ବୁବନେଶ୍ଵର: କନ୍ଧମାଳରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାରେ ଜୋର ଧରିଛି ରାଜନୀତି। ଏହି ଘଟଣା ପାଇଁ ରାଜ୍ୟ ସରକାରଙ୍କ ଅପାରଗତା ତଥା ଦାୟିତ୍ଵହୀନତାକୁ ଦାୟୀ କରି ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସ ପ୍ରତିନିଧି ଦଳ। କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ୍, ସନ୍ତୋଷ ସିଂ ସାଲୁଜା, ଜୟଦେବ ଜେନାଙ୍କ ସହ ଅନେକ ବରିଷ୍ଠ ନେତା ଏହି ଘଟଣାରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ହସ୍ତକ୍ଷେପ ଲୋଡ଼ିଛନ୍ତି।
ସରକାର ଖାଦ୍ୟ ନିରାପତ୍ତା ଯୋଜନାରେ କାହାରିକୁ ଭୋକରେ ରଖିବାକୁ ଦେବୁନି ବୋଲି କହୁଛନ୍ତି । ହେଲେ କନ୍ଧମାଳ ଘଟଣା ସାରା ଦେଶରେ ରାଜ୍ୟକୁ ନିନ୍ଦାର ପାତ୍ର କରିଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି। ଏହି ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ଜାଣିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଡାକି ଆଲୋଚନା କରିବେ ବୋଲି ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିବା କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି।