Latest Odisha News

BREAKING NEWS

ଆଜି ନୟାଗଡ଼ ଯଦୁପୁର ଯିବ କଂଗ୍ରେସ ପ୍ରତିନିଧି ଦଳ

ନୟାଗଡ଼: ନାବାଳିକା ହତ୍ୟା ମାମଲାକୁ ନେଇ ରାଜନୀତି ଥମୁନି । ସରକାରୀଙ୍କୁ ଘେରୁଛନ୍ତି ବିରୋଧୀ । ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ନୟାଗଡ଼ ଜିଲ୍ଲା ଯଦୁପୁର ଗସ୍ତ କରିବେ । ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତା ଯିବେ ।

କଂଗ୍ରେସ ପ୍ରତିନିଧି ଦଳ ନାବାଳିକାଙ୍କ ପରିବାର ଲୋକଙ୍କୁ ଭେଟିବ । ସେମାନଙ୍କ ସହ ହତ୍ୟାକାଣ୍ଡ ସମ୍ପର୍କରେ ଆଲୋଚନା କରିବ । ଗତକାଲି ପିସିସି ପ୍ରଭାରୀ ଚେଲ୍ଲାକୁମାର କହିଥିଲେ, ନାବାଳିକା ହତ୍ୟା ମାମଲାକୁ ନେଇ ରାଜନୀତି କରା ନଯାଉ । ମୃତ ନାବାଳିକାଙ୍କୁ ନ୍ୟାୟ ମିଳୁ । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଏସଆଇଟି ନାବାଳିକା ହତ୍ୟା ମାମଲାର ତଦନ୍ତ କରୁଛି ।

Leave A Reply

Your email address will not be published.