Latest Odisha News

BREAKING NEWS

ଷ୍ଟ୍ରଙ୍ଗରୁମକୁ କଡ଼ା ସୁରକ୍ଷାରେ ରଖିବାକୁ କଂଗ୍ରେସର ଦାବି, ନିର୍ବାଚନ ଆୟୋଗଙ୍କ ନିକଟରେ ହେଲା ଫେରାଦ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଆସନ୍ତା ୨୪ ତାରିଖରେ ସରିବ ପଞ୍ଚମ ପର୍ଯ୍ୟାୟ ମତଦାନ । ହେଲେ ଭୋଟ ଗଣତି ପୂର୍ବରୁ ଭୋଟ୍ ବାକ୍ସକୁ ଷ୍ଟ୍ରଙ୍ଗ୍‌ରୁମରେ ରଖିବା ପରେ କଡ଼ା ସୁରକ୍ଷା ଦେବାକୁ ଦାବି କରିଛି କଂଗ୍ରେସ । ୩୧୪ ବ୍ଲକର ଷ୍ଟ୍ରଙ୍ଗରୁମକୁ ଉଚ୍ଚ ସୁରକ୍ଷା ବଳୟ ଭିତରେ ସୁରକ୍ଷିତ ରଖିବା ସହ ନିରନ୍ତର ବିଦ୍ୟୁତ ସରବରାହ ମଧ୍ୟରେ ଗଣତି ଓ ଫଳାଫଳ ପ୍ରକାଶ ନହେବା ପର୍ଯ୍ୟନ୍ତ ସିସିଟିଭି କ୍ୟାମେରା ଯେପରି ବନ୍ଦ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛି କଂଗ୍ରେସ । ଏହାସହ ପ୍ରାର୍ଥୀମାନେ ଯେପରି ସିସିଟିଭି ଫୁଟେଜକୁ ଭଲଭାବେ ଦେଖି ପାରିବେ, ସେଥିପାଇଁ ବଡ଼ ଏଲ୍‌ସିଡି ଲଗାଇବାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ପିସିସି ପ୍ରତିନିଧି ଦଳ ।

ଅବାଧ, ମୁକ୍ତ ଓ ନୀରପେକ୍ଷ ନିର୍ବାଚନ ସମସ୍ତଙ୍କ ଲାଗି ଏକ ବଡ଼ ଆହ୍ବାନ ହୋଇଥିବା ବେଳେ, ଏ ଦିଗରେ ତ୍ବରିତ ଓ ନିରନ୍ତର ଆଶୁ ପଦକ୍ଷେପ ନେବାରେ ରାଜ୍ୟର ବହୁ ଜାଗାରେ ବିଶୃଙ୍ଖଳା, ହିଂସା ଚରମ ସୀମାରେ ପହଞ୍ଚିଛି । ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକର ବାଛୋଳ, ଜରୀ ଗ୍ରାମ ପଞ୍ଚାୟତ, କୋରେଇ ବ୍ଲକର ଗୋଳେଇପୁର ଗ୍ରାମ ପଞ୍ଚାୟତର ସାନ ବିରୁହାଁ, ବସ୍ତା, ଭୋଗରାଇ ଓ ଜଳେଶ୍ବର ଅଞ୍ଚଳରେ ଲୋକଙ୍କୁ ପୋଲିସର ଆମନୁଷିକ ଆକ୍ରମଣ ଓ ଗିରଫଦାରୀ ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି କହିଛି କଂଗ୍ରେସ ।

ଜଣେ ନିରୀହ ଓ ନିର୍ଦ୍ଦୋଶ ଲୋକ ଯେପରି ଅସୁବିଧାରେ ନପଡ଼େ, ସେଥିପ୍ରତି କମିଶନ ଆବଶ୍ୟକୀୟ ନିର୍ଦ୍ଦେଶ ଦେବାକୁ ପିସିସି ପ୍ରତିନିଧି ମଣ୍ଡଳୀ ଆୟୋଗଙ୍କ ନିକଟରେ ଦାବୀ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା, ପିସିସି ମୁଖପାତ୍ର ପଦ୍ମାକର ଗୁରୁ, ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ, ପିସିସି ମୁଖପାତ୍ର ରଜନୀ ମହାନ୍ତି, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ପ୍ରମୁଖ ସାମିଲ ଥିଲେ ।

Comments are closed, but trackbacks and pingbacks are open.