ଭୁବନେଶ୍ବର : ଆଗାମୀ ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ପାଇଁ କମିଟି ଗଠନ କରିଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନ ପରିଚାଳନା କମିଟି ଗଠନ କରିଛନ୍ତି । ଏହି କମିଟି ନିର୍ବାଚନର ପରିଚାଳନା କରିବା ସହ ଆଗାମୀ ପୌର ପରିଷଦ ନିର୍ବାଚନ ପାଇଁ ମେୟର ପ୍ରାର୍ଥୀ ଏବଂ କାଉନସିଲର ପ୍ରାର୍ଥୀଙ୍କ ଚୂଡ଼ାନ୍ତ ନାମ ତାଲିକା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଦାଖଲ କରିବାକୁ କହିଛନ୍ତି ନିରଞ୍ଜନ । ସେହିପରି ଜିଲ୍ଲା କଂଗ୍ରେସ କମିଟି ସଭାପତି ସେମାନଙ୍କ ଜିଲ୍ଲାରେ ଆଲୋଚନା କରି ମେୟରଙ୍କ ନାମ ସହ ସମସ୍ତ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରସ୍ତୁତ କରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ପଠାଇ ପାରିବେ । ଅଥବା ନିର୍ବାଚନ ପରିଚାଳନା କମିଟିର ଅଧ୍ୟକ୍ଷ ବା ଆବାହକଙ୍କ ନିକଟକୁ ମଧ୍ୟ ପଠାଇ ପାରିବେ ।
ଏହି ରାଜ୍ୟସ୍ତରୀୟ ନିର୍ବାଚନ କମିଟିରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଧ୍ୟକ୍ଷ ଥିବା ବେଳେ, ଚିରଞ୍ଜିବ ବିଶ୍ବାଳ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ, ସପ୍ତଗିରୀ ଉଲ୍ଲାକା, ସନ୍ତୋଷ ସିଂ ସାଲୁଜା, କିଶୋର ଚନ୍ଦ୍ର ପଟେଲ, ସୁରେଶ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ବନ୍ଦିତା ପରିଡ଼ା, ସ୍ମୃତି ରଞ୍ଜନ ଲେଙ୍କା, ସୟଦ ୟାସିର ନୱାଜ, ମାନସ ରଞ୍ଜନ ଚୌଧୁରୀ ଏହି କମିଟିରେ ସଦସ୍ୟ ଭାବରେ ରହିଛନ୍ତି । ଯଜ୍ଞେଶ୍ବର ବାବୁ ଆବାହକ ଭାବରେ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
Comments are closed.