Latest Odisha News

BREAKING NEWS

ନୃତ୍ୟ ଇତିହାସକାର ସୁନୀଲ କୋଠାରୀଙ୍କ ଦେହାନ୍ତ; ଜାଣନ୍ତୁ ତାଙ୍କ ସମ୍ପର୍କରେ…

ଭୁବନେଶ୍ୱର: ନୃତ୍ୟ ଇତିହାସକାର ତଥା ସମାଲୋଚକ ସୁନୀଲ କୋଠାରୀଙ୍କ ଦିଲ୍ଲୀର ଏକ ଡାକ୍ତରଖାନାରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି।

ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲେ। ନିକଟରେ ସେ କୋଭିଡ -୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ସୂଚନାଯୋଗ୍ୟ, ୧୯୩୩ ମସିହା ଡିସେମ୍ବର ୨୦ରେ ଜନ୍ମଗ୍ରହଣ କରିଥିବା ଏହି ବିଶିଷ୍ଟ ବ୍ୟକ୍ତି ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ନୃତ୍ୟ ପ୍ରତି ମନ ବଳାଇଥିଲେ।

ସେ ଜୀବନକାଳ ମଧ୍ୟରେ ଓଡ଼ିଶୀ, ଶାସ୍ତ୍ରୀୟ, ଭାରତନାଟ୍ୟମ୍, ଛଉ, କଥକ ଏବଂ କୁଚିପୁଡି ଆଦି ଉପରେ ୨୦ରୁ ଅଧିକ ପୁସ୍ତକ ମଧ୍ୟ ଲେଖିଥିଲେ।

Leave A Reply

Your email address will not be published.