Latest Odisha News

BREAKING NEWS

‘ହିମାଚଳ ରାଜନୀତି’, ଦଳୀୟ ନେତାଙ୍କ କଥା ଶୁଣୁନି କଂଗ୍ରେସ ସରକାର!

ଭୁବନେଶ୍ୱର: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ବିଭିନ୍ନ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ସହ ଏହାକୁ ପ୍ରଚାର ପ୍ରସାର କରୁଛି। ଏପରିକି ବିଧାନସଭା ନିର୍ବାଚନ ପରେ ଶିମଲା ନଗର ନିଗମ ନିର୍ବାଚନରେ ମଧ୍ୟ ବାଜି ମାରିଛି କଂଗ୍ରେସ।

କିନ୍ତୁ ଏବେ ଦଳ ଭିତରେ ନେତୃତ୍ୱକୁ ନେଇ ଟୀକା ଟିପ୍ପଣୀ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଦଳର ବରିଷ୍ଠ ନେତା ନିରଜ ଭାରତୀ ଖୋଦ ନିଜ ଦଳର ସରକାରକୁ ସମାଲୋଚନା କରିଛନ୍ତି।

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ବ୍ୟବସ୍ଥା ପରିବର୍ତ୍ତନ ବୟାନକୁ ନେଇ ଭାରତୀ ମନ୍ତବ୍ୟ ରଖିଛନ୍ତି। ବ୍ୟବସ୍ଥା ପରିବର୍ତ୍ତନ ସେତେବେଳେ ହେବ ଯେତେବେଳେ ଅବସ୍ଥାରେ ପରିବର୍ତ୍ତନ ହେବ କିନ୍ତୁ ଅବସ୍ଥା ଏବେ ବି ପୂର୍ଵଭଳି ଅଛି ବୋଲି ସେ ଲେଖିଛନ୍ତି।

ଯାହାକୁ ନେଇ ହିମାଚଳ ପ୍ରଦେଶ ସମେତ କଂଗ୍ରେସ ରାଜନୀତି ଚଳଚଞ୍ଚଳ ହୋଇଛି। ନିରଜ ଭାରତୀ କାଂଗଡା ଅଞ୍ଚଳର ପ୍ରଭାବୀ ନେତା। ଯେଉଁଠି ୧୬ ଟି ସିଟ ମଧ୍ୟରୁ କଂଗ୍ରେସ ୧୦ ଟି ରେ ଜିତିଛି। କିନ୍ତୁ ସେଠାରୁ କାହାକୁ ମନ୍ତ୍ରୀ ପଦ ମିଳିନାହିଁ।

ଏପରିକି ସୁଖୁଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଧାୟକ ମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ମଧ୍ୟ ହେଉଛି। ଏପରିକି ରାଜ୍ୟର ସଚିବ ମାନେ ମଧ୍ୟ ଦଳୀୟ ବିଧାୟକଙ୍କ ଫୋନ ଉଠାଉ ନ ଥିବା ଅଭିଯୋଗ ହୋଇଛି।

ଯାହାକୁ ନେଇ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏପରିକି ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ବି ଫଳ ମିଳୁନି ବୋଲି କୁହାଯାଉଛି।

ଏପରିକି ଏବେ ବଦଳି ଉପରେ ରୋକ ଲାଗିଛି। କେବଳ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହିଁ ବଦଳି ହେଉଛି। ଯାହାକୁ ନେଇ ଦଳୀୟ ସମର୍ଥକ ଓ କାର୍ଯ୍ୟକର୍ତା ଅସନ୍ତୁଷ୍ଟ।

ତେଣୁ ହିମାଚଳରେ ବିଜୟ କଂଗ୍ରେସ ପାଇଁ ଏକ ବଡ଼ ଉପଲବ୍ଧି ହୋଇଥିବା ବେଳେ କର୍ଣ୍ଣାଟକ ବିଜୟ ପାଇଁ ଏହା ରାସ୍ତା ଦେଖାଇଥିବା କୁହାଯାଏ। ଆଗକୁ ଦେଶର ସାଧାରଣ ନିର୍ବାଚନ ରହିଛି। କିନ୍ତୁ ଏବେ ଏଭଳି ସ୍ଥିତି ଦଳ ଉପରେ କିଭଳି ପ୍ରଭାବ ପକାଇବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.