Latest Odisha News

BREAKING NEWS

ପୁଞ୍ଜି ସଂଗ୍ରହ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ବର୍ଷିଲେ ବିଜୟ

ଭୁବନେଶ୍ବର : ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତକୁ ନେଇ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ବିଜୟ ପଚାରିଛନ୍ତି, ବିଦେଶ ଭ୍ରମଣ ଫଳରେ ୨୦୧୬ରୁ ଆଜି ପର୍ଯ୍ୟନ୍ତ କେତେ ପୁଞ୍ଜି ଆସିଛି । ଏଥିସହ ସେ କହିଛନ୍ତି, ଆରଟିଆଇରୁ ଜଣାପଡ଼ିଛି ଯେ, ୨୦୧୬ରୁ ୨୦୨୨ ଭିତରେ କେବଳ ୫ ଜଣ ବିଦେଶୀ ନିବେଶକ ଆସିଛନ୍ତି ଓ କେବଳ ୧୩୬୮ କୋଟି ପୁଞ୍ଜି ନିବେଶ ହୋଇଛି । ତାହେଲେ ବ୍ୟୟବହୁଳ ମେକ୍‌ ଇନ୍‌ ଓଡ଼ିଶାରୁ ଲାଭ କଣ ବୋଲି ପ୍ରଶ୍ନ କରିଛନ୍ତି ବିଜୟ ।

୨୦୧୬ରେ ୨୦ କୋଟି ଓ ୨୦୧୮ରେ ୩୪ କୋଟି ଖର୍ଚ୍ଚ ହେଲା । କିନ୍ତୁ ମଞ୍ଚରେ କେବଳ ଜଣେ ଓଡିଆ ନିବେଶକ ଥିଲେ ଓ ଅନ୍ୟ ସମସ୍ତେ ଅଣଓଡିଆ ଥିଲେ । ମେକ ଇନ୍ ଓଡିଶା ଜରିଆରେ ନିଯୁକ୍ତି ନେଇ ସରକାରଙ୍କ ତଥ୍ୟ ସତ୍ୟ ତ ? ଯଦି ସତ ତାହେଲେ କେତେ ଓଡିଆକୁ ନିଯୁକ୍ତି ମିଳିଛି ସରାକର ତଥ୍ୟ ଦିଅନ୍ତୁ । ବିଦେଶରେ କାହିଁକି, ଓଡିଶାରେ କଣ ନିବେଶକ ନାହାନ୍ତି ବୋଲି ପଚାରିଛନ୍ତି ବିଜୟ ପଟ୍ଟନାୟକ ।

ଏଥିସହ ବିଜୟ, ରାଜ୍ୟ ସରକାରଙ୍କୁ ଅନେକ ପଚାରିଛନ୍ତି; ଯେପରିକି ଶିଳ୍ପ ପ୍ରତିଷ୍ଠା ପାଇଁ ଯେଉଁମାନେ ଓଡ଼ିଶା ବାହାରୁ ଆସିବେ ସେମାନଙ୍କ ପାଇଁ ସିଙ୍ଗଲ୍ ଓ୍ୱିଣ୍ଡୋର ସୁବିଧା ଅଛି, ହେଲେ ଯେଉଁମାନେ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିସାରିଛନ୍ତି ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ କ’ଣ ବ୍ୟବସ୍ଥା ଅଛି ?

ଓଡ଼ିଶାରେ ଏମ୍.ଏସ୍.ଏମ୍.ଇ କୁ ଆକର୍ଷିତ କରିବା ତଥା ପ୍ରୋତ୍ସାହିତ କରିବା ପାଇଁ ସରକାର କେଉଁ ପଦକ୍ଷେପ ନେଇଛନ୍ତି ?

ଓଡ଼ିଶାରେ ଡାଉନଷ୍ଟିମ୍ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର କେଉଁ ପଦକ୍ଷେପ ନେଇଛନ୍ତି ?

ଏ ପର୍ଯ୍ୟନ୍ତ ରାଜ୍ୟରେ କେତୋଟି ଡାଉନଷ୍ଟିମ୍ ଶିଳ୍ପ ପ୍ରତିଷ୍ଠା କରାଯାଇଛି ଓ ସେଗୁଡ଼ିକ ମଧ୍ୟରୁ କୋତୋଟି ଓଡ଼ିଆଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଛି ?

ଓଡ଼ିଶାରେ କେତୋଟି ଏମ୍.ଏସ୍.ଏମ୍.ଇ ଓଡ଼ିଶାରେ ଥିବା ପ୍ରମୁଖ ଶିଳ୍ପରୁ କେଉଁ କାର୍ଯ୍ୟ ପାଇଁ ଅର୍ଡର ପାଇଛନ୍ତି ? ଏହାର ମୂଲ୍ୟ କେତେ ? ଏହିସବୁ ଏମ୍.ଏସ୍.ଏମ୍.ଇ ଉପରେ ନଜର ରଖିବା ପାଇଁ ସରକାର କ’ଣ ବ୍ୟବସ୍ଥା କରିଛନ୍ତି ?

ସରକାର ଏମ୍.ଏସ୍.ଏମ୍.ଇର ବହୁବିଧ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି କି ?

ଏମ୍.ଏସ୍.ଏମ୍.ଇ ଗୁଡ଼ିକ ଇଜ୍ ଅଫ୍ ଡୁଇଙ୍ଗର ସୁବିଧା ପାଉଛନ୍ତି କି ?

ଓଡ଼ିଶା ସରକାର ରାଜ୍ୟରେ ଥିବା ଷ୍ଟାର୍ଟ ଅପ୍ରୁ ସ୍ୱତନ୍ତ୍ର କ୍ରୟ ପାଇଁ କୌଣସି ଆଇଟମ୍ ସଂରକ୍ଷଣ କରିଛନ୍ତି କି ?

ସେପଟେ କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ କରି ଏସବୁ ପ୍ରଶ୍ନ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି ।

Leave A Reply

Your email address will not be published.