Latest Odisha News

BREAKING NEWS

ଗୋଟିଏ ଝଟକାରେ ଏଲନ ମସ୍କ ହରାଇଲେ ଅଦାନୀଙ୍କଠାରୁ ୬ ଗୁଣ ଅଧିକ ସମ୍ପତ୍ତି

ନୂଆଦିଲ୍ଲୀ: ଶେୟାର ମାର୍କେଟରେ ବିଶ୍ୱର ପ୍ରମୁଖ ଅଟୋ କମ୍ପାନୀ ଟେସଲା ମୂଲ୍ୟ ହ୍ରାସ ପାଉଛି । ସୋମବାର ଶେୟାର ମାର୍କେଟରେ  ଟେସଲାର ମୂଲ୍ୟ ୬.୧୨ ପ୍ରତିଶତ ହ୍ରାସ ପାଇଥିଲା । ଏହା ପରେ ଟେସଲାର ସିଇଓ ଏଲନ ମସ୍କଙ୍କ ନେଟୱର୍ଥ  ୯.୦୫ ଅରବ ଡଲାର ଅର୍ଥାତ ୭୪. ୪୦୩ କୋଟି ଟଙ୍କା ହ୍ରାସପାଇଛି । ଏବେ ତାଙ୍କର ନେଟୱର୍ଥ ୧୭୮ ଡଲାର ରହିଯାଇଛି ।

ବ୍ଲୁମବର୍ଗ ବିଲିନେୟର ଇଣ୍ଡେକ୍ସ ଅନୁଯାୟୀ, ଏଲନ ମସ୍କ ବିଶ୍ୱ ଧନୀ ତାଲିକାରେ ଫ୍ରାନ୍ସ ର ବର୍ନାର୍ଡ ଆରନାଲ୍ଟଙ୍କ ପରେ ଦୁଇ ନମ୍ବରରେ ଥିଲେ । ଆରନଲ୍ଟଙ୍କ ନେଟୱର୍ଥ ୧୯୯ ଅରବ ଡଲାର  । ତେବେ ଚଳିତ ବର୍ଷ ଇନକମରେ ମସ୍କଙ୍କ ସ୍ଥାନ ୧ ନମ୍ବରରେ ରହିଛି । ଚଳିତ ବର୍ଷ ମସ୍କଙ୍କ ନେଟ ୱର୍ଥରେ ୪୦.୮ ଅରବ ଡଲାରର ବୃଦ୍ଧି ହୋଇଥିବାବେଳେ ଆରନାଲ୍ଟଙ୍କ ନେଟ ୱର୍ଥରେ ୩୬.୬ ଅରବ ଡଲାରର ବୃଦ୍ଧି ଘଟିଥିଲା ।

ଚଳିତ ଆର୍ଥିକ ବର୍ଷର ଆରମ୍ଭ ପୂର୍ବରୁ  ଅର୍ଥାତ ସୋମବାର ଅଦାନୀ ଗ୍ରୁପର ୧୦ଟି ଲିଷ୍ଟେଡ ଶେୟାର ମଧ୍ୟରୁ ୮ଟିର ମୂଲ୍ୟ ହ୍ରାସ ପାଇଥିଲା । ଏହାର ସିଇଓ ଗୌତମ ଅଦାନୀଙ୍କ ନେଟୱର୍ଥ ୧.୬୦ ଅରବ ଡଲାର ଅର୍ଥାତ ୧୩,୧୫୪ କୋଟି ଟଙ୍କା ହ୍ରାସ ପାଇଥିଲା । ବ୍ଲୁମବର୍ଗ ବିଲିନେୟର ଇଣ୍ଡେକ୍ସ ଅନୁଯାୟୀ, ଗୌତମ ଅଦାନୀଙ୍କ ନେଟ ୱର୍ଥ ୫୪.୮ ଅରବ ଡଲାର ରହିଛି । ଏଥିସହିତ ଗୌତମ ଅଦାନୀ ଧନୀ ତାଲିକାର ୨୩ ନମ୍ବରକୁ ଖସି ଯାଇଛନ୍ତି । ପୂର୍ବାରୁ ଅଦାନୀ ଧନୀ ତାଲିକାର ୨ ନମ୍ବରରେ ଥିଲେ । ତାଙ୍କର ନେଟଔର୍ଥ ୧୫୦ ଅରବ ଡଲାର ଥିଲା । ହେଲେ ୨୪ ଜାନୁଆରୀ ପରଠାରୁ ତାଙ୍କର ନେଟ ୱର୍ଥ କ୍ରମାଗତ ଭାବେ ଖସିବାରେ ଲାଗିଛି ।

Leave A Reply

Your email address will not be published.