Latest Odisha News

BREAKING NEWS

ସମର୍ଥ ହତ୍ୟା ଘଟଣା:  ପୁଲିସ୍ ରିମାଣ୍ଡରେ ଥିବା ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡା: ନାବାଳକ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅମିତ ଶର୍ମା ପୋଲିସ ରିମାଣ୍ଡରେ ଥିବାବେଳେ ଆତ୍ମହତ୍ୟା ଉଦ୍ୟମ କରିଛି । ସେ ନିଜ ହାତ କାଟି ଦେଇଥିବା ପୋଲିସ କହିଛି । ଉପସ୍ଥିତ ପୋଲିସ ଅମିତଙ୍କୁ ରକ୍ତାକ୍ତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାକୁ କୋର୍ଟରେ ହଜାର କରାଯାଇଥିଲା ।

ଅମିତକୁ ପୋଲିସ ୩ ଦିନିଆ ରିମାଣ୍ଡରେ ନେଇଥିଲା । ରିମାଣ୍ଡ ଅବଧି ଆଜି ସରୁଥିଲା । ରିଜର୍ଭ ବାଟାଲ୍ରିନରେ ତିନି ଦିନ ଜେରା ପରେ ଆଜି ତାକୁ କୋର୍ଟରେ ହାଜର କରାଯାଇଥାନ୍ତା । ହେଲେ ସେଠାରେ ଅମିତ ଏକ ଦର୍ପଣର କାଜ ଭାଙ୍ଗି ସେଥିରେ ନିଜ ହାତ ସମେତ ଶରୀରର ବିଭିନ୍ନ ସ୍ଥାନକୁ କାଟିପକାଇ ଥିଲା ।

ପୋଲିସ ୧୦ମ ଶ୍ରେଣୀ ଛାତ୍ର ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣାରେ ୨ ଜଣଙ୍କୁ ଗତ ୨୯ ତାରିଖ ତାରିଖରେ  ଗିରଫ କରିଛି । ସେମାନେ ହେଲେ ଝାରସୁଗୁଡାର ଅମିତ ଶର୍ମା ଓ ବ୍ରଜରାଜନଗରର ଦିନେଶ କୁମାର ଅଗ୍ରୱାଲ । ସମର୍ଥଙ୍କ ବାପା ସୁନୀତ ଅଗ୍ରୱାଲ ଜଣେ  ପ୍ରତିଷ୍ଠିତ ବ୍ୟବସାୟୀ । ସମର୍ଥକୁ ଅପହରଣ କରି ତାଙ୍କ ବାପାଙ୍କଠାରୁ ୫୦ ଲକ୍ଷ ଟଙ୍କା ଓ ପରେ ୯୦ଳଲକ୍ଷ ଟଙ୍କା ଦାବି କରିଥିଲେ ଅଭିଯୁକ୍ତ ଅମିତ ଓ ଦିନେଶ। ଏପରିକି ଏ  ବିଷୟରେ ପୋଲିସକୁ କିଛି ନ କହିବା ପାଇଁ ମଧ୍ୟ ଧମକ ଦେଇଥିଲେ ।

ସମର୍ଥଙ୍କ ବାପା ଟଙ୍କା ଦେବା ପାଇଁ ପସ୍ତୁତ ହେଉଥିଲେ । କିନ୍ତୁ ୨୮ ତାରିଖ  ସକାଳୁ  ସମର୍ଥଙ୍କ ମୃତ ଦେହ ବରଗଡ ଜିଲ୍ଲାର ଏକ ନଦୀ ପଠାରୁ ଉଦ୍ଧାର କରାଯାଇଥିଲା ।  ପୋଲିସ ସିସିଟିଭି ଫୁଟେଜରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କୁ ଗିରଫ କରିଥିଲା ।

ସୂଚନାଥାଉ କି, ଅମିତ ଏବଂ ସୁନୀତ ପୂର୍ବରୁ ଗୋଟିଏ କଲୋନିରେ ରହୁଥିଲେ । ପରେ ଅଗ୍ରୱାଲ ପରିବାର ନୂଆ କଲୋନୀକୁ ଉଠି ଆସିଥିଲେ । ସମର୍ଥ ଏବଂ  ଅମିତଙ୍କ ଝିଅ ଗୋଟିଏ ସ୍କୁଲରେ ପଢନ୍ତି ଏବଂ ସବୁବର୍ଷ ସେ ସମର୍ଥ ହାତରେ ରାଖି ବାନ୍ଧନ୍ତି ।

 

 

.

Leave A Reply

Your email address will not be published.