Latest Odisha News

BREAKING NEWS

କଂଗ୍ରେସର ସଂକଳ୍ପ ସମାବେଶ

ନବରଙ୍ଗପୁର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ନବରଙ୍ଗପୁର ନୂଆ ମଣ୍ଡେଇ ପଡ଼ିଆରେ କଂଗ୍ରେସ ପକ୍ଷରୁ ଏକ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜେଏନୟୁ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାର ଯୋଗ ଦେଇଥିଲେ । ସେ ତାଙ୍କ ଅଭିଭାଷଣରେ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ସରକାର ମନ୍ତ୍ରୀଙ୍କୁ କାହିଁକି ବଞ୍ଚାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଆସନ୍ତା ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ବିଜୟୀ କରି କଂଗ୍ରେସ ଦଳକୁ ସୁଦୃଢ କରିବା ପାଇଁ ଲୋକଙ୍କୁ ଆହ୍ୱାନ ଦେଇଥିଲେ ।

କଂଗ୍ରେସର ଏହି ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ନବରଙ୍ଗପୁର ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ପ୍ରମୁଖ ନେତା ରାଜେଶ ଜାନୀ ତାଙ୍କ ଶହଶହ ସମର୍ଥଙ୍କ ସହ କଂଗ୍ରେସରେ ମିଶିଥିଲେ । ଆଦିବାସୀ ନେତା ଦିବାକର ପୂଜାରୀ, ଝରିଗାଁର ଆଦିବାସୀ ନେତ୍ରୀ ହାରାବତୀ ଗଣ୍ଡ, କୋଷାଗୁମୁଡ଼ା ଅଞ୍ଚଳର କୁସିଆ ମାଝୀ ମଧ୍ୟ ବହୁ ସଂଖ୍ୟକ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ସାମିଲ ହୋଇଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଥିଲେ ଦେଓଗାଁଓ ବିଧାୟକ ଜିଗନେଶ ମେଇବାନୀ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ କଳାହାଣ୍ଡି ସାଂସଦ ଭକ୍ତ ଚରଣ ଦାସ, ଡାବୁଗାଁର ପୂର୍ବତନ ବିଧାୟକ ଭୁଜବଳ ମାଝୀ ଓ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ସଭାପତି ମୁନ୍ନା ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.